ଦେଶରେ କ୍ରିକେଟ ଆରମ୍ଭ କରିବାକୁ ବସିବ ଏନସିଏର ବୈଠକ
Khabar Odisha:The-NCA-will-meet-to-discuss-cricket-in-the-country
ବେଙ୍ଗାଲୁରୁ, ଅଗଷ୍ଟ ୦୪ (ଖବର ଓଡ଼ିଶା):

ଦେଶରେ କ୍ରିକେଟ ଖେଳ ଆରମ୍ଭ କରିବା ନିମନ୍ତେ ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀରେ ଏକ ବୈଠକ ଆୟୋଜିତ ହେବ. ଏହି ବୈଠକରେ ରାହୁଲ ଦ୍ରାବିଡ଼ ଅଧକ୍ଷତା କରିବେ ବୋଲି ସୂଚନା ମିଳିଛି. 

ଦେଶରେ ସମ୍ପୂର୍ଣ ଭାବେ କ୍ରିକେଟ ଆରମ୍ଭ ହେଵା ପୂର୍ବରୁ ଖେଳାଳିମାନେ କିପରି ନିଜକୁ ପ୍ରସ୍ତୁତ କରିବେ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଗତ ସୁବିଧା ଦୃଷ୍ଟିରୁ କେଉଁ କେଉଁ ଦିଗ ଉପରେ ବିଶେଷ ଭାବେ ଧ୍ୟାନ ଦେବା ଦରକାର ସେହି ସମ୍ବଦ୍ଧରେ ଏକ ଏସଓପି ଜାରି କରାଯିବ. 

ଏହା ସହ ଭାରତୀୟ କ୍ରିକେଟରେ ବୟସ ଜାଲିଆତିକୁ କିପରି ରୋକାଯାଇପାରିବ ସେ ସମ୍ପର୍କରେ ମଧ୍ଯ ଆଲୋଚନା କରାଯିବ. ଯଦି କୌଣସି କ୍ରିକେଟର ବୟସ ଜାଲିଆତି ମାମଲାରେ ଦୋଷୀ ସାବ୍ୟସ୍ତ ହୁଏ ତେବେ ତାଙ୍କୁ 2 ବର୍ଷ ବାସନ୍ଦ କରାଯିବାର ନିୟମ କରିଛି ଭାରତୀୟ କ୍ରିକେଟ ବୋର୍ଡ଼.

  • Tags:

Subscribe

National International State Sports Entertainment