ଡର୍ବାନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ଶୃଙ୍ଖଳା ନଭେମ୍ବର ୮ରୁ ଆରମ୍ଭ ହେବ। ଏହାର ପ୍ରଥମ ମ୍ୟାଚ୍ ଡର୍ବାନରେ ଖେଳାଯିବ। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଛି। ଏହାରି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଖେଳାଳିଙ୍କ ଏକ ରୋଚକ ଭିଡିଓ ସେୟାର କରିଛି। ଏୟାରପୋର୍ଟରେ ଟିମ୍ ଇଣ୍ଡିଆର ଖେଳାଳିଙ୍କ ସାଧାରଣ ପରୀକ୍ଷା ହୋଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଏହି ସବୁ ପ୍ରଶ୍ନ ସାଥୀ ଖେଳାଳି ପଚାରିଥିଲେ।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ବିସିସିଆଇ ଏକ ଭିଡିଓ ସେୟାର କରିଛି। ଏହା ହେଉଛି ଟିମ୍ ଇଣ୍ଡିଆର ଯାତ୍ରାର ଏକ ଭିଡିଓ। ଏଥିରେ ଖେଳାଳିଙ୍କ ମଜା ମଧ୍ୟ ଦେଖିବାକୁ ମିଳୁଛି। ଅଭିଷେକ ଶର୍ମା ତିଲକ ବର୍ମାଙ୍କ ସମେତ ଅନ୍ୟ ସାଥୀ ଖେଳାଳିଙ୍କ ଜେନେରାଲ ନଲେଜ୍ ଟେଷ୍ଟ ଦେଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ସେ ତିଲକଙ୍କ ସମେତ ସମସ୍ତ ଖେଳାଳିଙ୍କୁ ଦକ୍ଷିଣ ଆଫ୍ରିକା ସମ୍ବନ୍ଧୀୟ ପ୍ରଶ୍ନ ପଚାରିଥିଲେ। ଅର୍ଶଦୀପ ସିଂହଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ଭିଡିଓରେ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ମସ୍ତି କରୁଥିବାର ଦେଖିବାକୁ ମିଳିଛି।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ସିରିଜ୍ରର ପ୍ରଥମ ମ୍ୟାଚ୍ ନଭେମ୍ବର ୮ରେ ଡର୍ବାନ୍ରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ନଭେମ୍ବର ୧୦ତାରିଖରେ ଖେଳାଯିବ। ତୃତୀୟ ମ୍ୟାଚ୍ ନଭେମ୍ବର ୧୩ରେ ଏବଂ ଚତୁର୍ଥ ମ୍ୟାଚ୍ ନଭେମ୍ବର ୧୫ରେ ଖେଳାଯିବ। ଏହି ମ୍ୟାଚ୍ ଜୋହାନ୍ସବର୍ଗରେ ଖେଳାଯିବ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳା ପାଇଁ ଟିମ୍ ଇଣ୍ଡିଆ ଅଭିଜ୍ଞ ଖେଳାଳି ଓ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି। ସୂର୍ଯ୍ୟଙ୍କ ନେତୃତ୍ୱରେ ଅଭିଷେକ ଶର୍ମା, ତିଳକ ବର୍ମା, ରିଙ୍କୁ ସିଂହ, ରମଣଦୀପ ସିଂହ, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା, ଜିତେଶ କୁମାର, ସଞ୍ଜୁ ସାମସନ, ଆଭେଶ ଖାନ, ୟଶ ଦୟାଲ, ବରୁଣ ଚକ୍ରବର୍ତ୍ତୀ ଏବଂ ରବି ବିଷ୍ଣୋଇ ମଧ୍ୟ ଏହି ଟିମରେ ଅଛନ୍ତି।