ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଆଜି ଦୁବାଇରେ ଖେଳାଯିବ । ଗୋଟିଏ ପଟେ କ୍ରିକେଟ୍ ପ୍ରେମୀ ଏହି ମ୍ୟାଚକୁ ନେଇ ଉତ୍ସାହିତ ଥିବା ବେଳେ ଅନ୍ୟପଟେ ପହଲଗାମ ହମଲାରେ ମର୍ମାହତ ଦେଶ ପ୍ରେମୀ ଏହି ମୁକାବିଲାକୁ ବହିଷ୍କାର କରିବାକୁ ଦାବି କରୁଛନ୍ତି । ସୋସିଆଲ ମିଡିଆରେ ଲଗାତାର ଭାରତ ବନାମ ପାକ୍ ମ୍ୟାଚ୍ ବୟକଟର କ୍ୟାମ୍ପେନ ଚାଲିଛି । ରିପୋର୍ଟ ଅନୁଯାୟୀ, ଏହି କ୍ୟାମ୍ପେନ ଏବେ ଭାରତୀୟ ଡ୍ରେସିଂ ରୁମ ପର୍ଯ୍ୟନ୍ତ ପହଞ୍ଚି ସାରିଛି ଏବଂ ଖେଳାଳି ଏହାକୁ ନେଇ କିଛିଟା ଚିନ୍ତିତ ଅଛନ୍ତି ।
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଖେଳାଳି ନିଜକୁ ଶାନ୍ତ ରଖିବା ଏବଂ ସ୍ଥିତିକୁ ସମ୍ଭାଳିବା ପାଇଁ ପରାମର୍ଶ ଲୋଡିବା ହେତୁ କୋଚ ଗୌତମ ଗମ୍ଭୀର ଏବଂ ସହଯୋଗୀ ଷ୍ଟାଫଙ୍କ ସହ ଆଲୋଚନା କରୁଛନ୍ତି । ଦଳର କିଛି ଖେଳାଳି ପୂର୍ବରୁ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ସାରିଛନ୍ତି । ମାତ୍ର କ୍ରିକେଟ ଷ୍ଟାଡିୟମ ବାହାରେ ହେଉଥିବା ଚର୍ଚ୍ଚା ଏକ ଅସାଧାରଣ ପରିସ୍ଥିତି ଉତ୍ପନ କରିଛି ।
ଋିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ସୂର୍ଯ୍ୟକୁମାର ଯାଦବ, ଶୁଭମନ ଗିଲ୍ ଓ ଦଳର ଅନ୍ୟ ଖେଳାଳି ରବିବାର ହେବାକୁ ଥିବା ଏହି ହାଇ ପ୍ରୋଫାଇଲ ମୁକାବିଲା ପୂର୍ବରୁ ଯାହା କିଛି ଘଟୁଛି ତାକୁ ନେଇ ସ୍ତବ୍ଧ ହୋଇ ପଡିଛନ୍ତି । ଏସିଆ କପ୍ ପାଇଁ ଯୁବ ଭାରତୀୟ ଦଳ ୟୁଏଇ ଯାଇଛି । କିଛି ଖେଳାଳି ପାକିସ୍ତାନ ସହ ପୂର୍ବରୁ ଖେଳିଥିବା ବେଳେ ଆଉ କିଛି ଜଣଙ୍କ ପାଇଁ ଏହା ପ୍ରଥମ ଥର ହେବ । ଏମିତିରେ ମ୍ୟାଚ୍ ବୟକଟ ବା ବହିଷ୍କାର କରିବା ଖବରର ପ୍ରଭାବ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଉପରେ ପଡିପାରେ । ଦେଖିବାକୁ ପଡିବ ଖେଳାଳି ଏମିତି ସ୍ଥିତିର କେମିତି ମୁକାବିଲା କରୁଛନ୍ତି ।
ମ୍ୟାଚର ଗମ୍ଭୀରତା ଏବଂ ସ୍ଥିତିକୁ ଦୃଷ୍ଟିରେ ରଖି ଆଦର୍ଶଗତ ଭାବେ ମୁଖ୍ୟ କୋଚ୍ କିମ୍ବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ସାମ୍ବାଦିକ ସମ୍ମିଳନୀରେ ସାମିଲ୍ ହେବାର ଥିଲା । ମାତ୍ର ଡ୍ରେସିଂ ରୁମରେ ମାହୋଲ ଗରମାଗରମ ସେହି ସମୟରେ ଜଣା ପଡିଲା ଯେବେ ଶନିବାର ପ୍ରେସ କନଫରେନ୍ସରେ ସହାୟକ କୋଚ ରୟାନ ଟେନ ଡୋଏସେଟଙ୍କୁ ଦଳ ପ୍ରବନ୍ଧକ ପଠାଇବାକୁ ନିଷ୍ପତ୍ତି ନେଲେ ।
Also read: ଏସିଆ କପ-୨୦୨୫ରେ ହାଇଭୋଲଟେଜ୍ ମ୍ୟାଚ୍ ଆଜି: ପ୍ଲେଇଂ ୧୧ରେ ପୁରୁଣା ଶୈଳୀ ଆପଣାଇବ ଟିମ୍ ଇଣ୍ଡିଆ