ସୂର୍ଯ୍ୟ କୁମାର ଯାଦବ ହେଉଛନ୍ତି ଭାରତର ଡିଭିଲିୟର୍ସ- ହରଭଜନ ସିଂ
Khabar Odisha:Surya-Kumar-Yadav-is-Indias-De-Villiers-Harbhajan-Singh
ମୁମ୍ବାଇ, ନଭେମ୍ବର ୧୩ (ଖବର ଓଡ଼ିଶା):

ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟସମାନ ସୂର୍ଯ୍ୟ କୁମାର ଯାଦବଙ୍କୁ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ବ୍ୟାଟସମାନ ଡିଭିଲିୟର୍ସଙ୍କ ତୁଳନା କରିଛନ୍ତି ପୂର୍ବତନ ଭାରତୀୟ ଅଫସ୍ପିନର ହରଭଜନ ସିଂ । ଭଜିଙ୍କ ମତରେ ଡିଭିଲିୟର୍ସଙ୍କ ନିକଟରେ ଯେପରି ୩୬୦ ଡିଗ୍ରୀ ସଟ ଖେଳିବାର କ୍ଷମତା ରହିଛି ସୂର୍ଯ୍ୟ କୁମାର ଯାଦବଙ୍କ ନିକଟରେ ମଧ୍ୟ ସେହି କ୍ଷମତା ରହିଛି । ସେଥିପାଇଁ ସେ ସୂର୍ଯ୍ୟାଙ୍କୁ ଡିଭିଲିୟର୍ସଙ୍କ ସହ ତୁଳନା କରିଛନ୍ତି । ଏହା ସହ ଲଗାତାର କିଛି ବର୍ଷ ହେବ ଘରୋଇ କ୍ରିକେଟ ଏବଂ ଆଇପିଏଲରେ ଭଲ ପ୍ରର୍ଦଶନ ସୂର୍ଯ୍ୟ କୁମାର ଯାଦବ କରୁଥିଲେ ମଧ୍ୟ ଚୟନକର୍ତ୍ତା ତାଙ୍କୁ ଦଳରେ ସାମିଲ କରୁନାହାନ୍ତି । ଏହି ଘଟଣାରେ ମଧ୍ୟ ଚୟନକର୍ତ୍ତାଙ୍କ ଉପରେ ବର୍ଷିଛନ୍ତି ଭଜି । ବିଶେଷ ଭାବେ ଆଗାମୀ ଅଷ୍ଟ୍ରେଲିଆ ସିରିଜ ନିମନ୍ତେ ସୂର୍ଯ୍ୟା ଭାରତୀୟ ଦଳରେ ସ୍ଥାନ ପାଇବାକୁ ହକଦାର ଥିଲେ ବୋଲି ଭଜି କହିଛନ୍ତି । ଚଳିତ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ତିନି ନମ୍ବରରେ ବ୍ୟାଟିଙ୍ଗ କରୁଥିବା ସୂର୍ଯ୍ୟା ୧୬ ଟି ମ୍ୟାଚରୁ ୧୪୫ରୁ ଉର୍ଦ୍ଧ ଷ୍ଟ୍ରାଇକ ରେଟରେ ୪୮୦ ରନ ସ୍କୋର କରିଛନ୍ତି । ଉଭୟ ସ୍ପିନ ଏବଂ ଫାଷ୍ଟ ବଲକୁ ଭଲ ଖେଳୁଥିବା ସୂର୍ଯ୍ୟା ଭାରତୀୟ ଦଳରେ ସ୍ଥାନ ପାଇବା ନିହାତି ଦରକାର ବୋଲି କିଛି ବରିଷ୍ଠ କ୍ରିକେଟର ମତ ଦେଇଛନ୍ତି ।

  • Tags:

Subscribe

National International State Sports Entertainment