କୋହଲିଙ୍କ କମାଲ, ଓ୍ଵେଷ୍ଟଇଣ୍ଡିଜରେ ଭାଙ୍ଗିଲେ ଜାଭେଦ ମିଆଁଦାଦଙ୍କ ୨୬ ବର୍ଷର ପୁରୁଣା ରେକର୍ଡ
Khabar Odisha:Sports-cricket-odisha-virat-kohli-javed-miandad-record-india-vs-west-indies-javed-miandad-pakistan
ପୋର୍ଟ ଅଫ ସ୍ପେନ, ଅଗଷ୍ଟ୧୧(ଖବର ଓଡ଼ିଶା):

  ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆରେ ସବୁଠୁ ଅଧିକ ରନ କରିଥିବା ପାକିସ୍ତାନର ପୂର୍ବତନ ଅଧିନାୟକ ଜାଭେଦ ମିଆଁଦାଦଙ୍କ ରେକର୍ଡ ଭାଙ୍ଗିଛନ୍ତି। 

କୋହଲି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦ୍ଵିତୀୟ ଦିନିକିଆରେ ୧୯ ରନ ପୂରା କରିବା ମାତ୍ରେ ଏହି ବଡ଼ ଉପଲବ୍ଧି ହାସଲ କରିଛନ୍ତି। ମିଆଁଦାଦ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ନିଜର ଶେଷ ଦିନିକିଆ ମ୍ୟାଚ୍ ୧୯୯୩ରେ ଖେଳିଥିଲେ। କୋହଲି ରବିବାର ଜାଭେଦଙ୍କ ୨୬ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି।

ମିଆଁଦାଦ ଦୁଇ ଥରର ବିଶ୍ଵ ଚମ୍ପିଆନ ଇଣ୍ଡିଜ ବିରୋଧରେ ୬୪ଟି ଇନିଂସରୁ୧୯୩୦ ରନ କରିଛନ୍ତି। କୋହଲି ମାତ୍ର ୩୪ଟି ଇନିଂସରୁ ୧୯୩୧ ରନ କରି ମିଆଁଦାଦଙ୍କୁ ପଛରେ ପକାଇଛନ୍ତି। ପ୍ରଥମ ମ୍ୟାଚ୍ ୧୩ ଓଭର ଖେଳ ହୋଇପାରିଥିଲା। ଆୟୋଜକ ଇଣ୍ଡିଜ ପ୍ରଥମେ ବ୍ୟାଟିଂ କରିଥିଲା। 

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆରେ ସର୍ବାଧିକ ରନ

୧୯୩୧ଞ୍ଚ- ବିରାଟ କୋହଲି(ଭାରତ) ୩୫ ମ୍ୟାଚ୍/୩୪ ଇନିଂସ

୧୯୩୦- ଜାଭେଦ ମିଆଁଦାଦ(ପାକିସ୍ତାନ)୬୪ ମ୍ୟାଚ୍/୬୪ ଇନିଂସ

୧୭୦୮- ମାର୍କ ଓ୍ଵ(ଅଷ୍ଟ୍ରେଲିଆ) ୪୭ ମ୍ୟାଚ୍/୪୫ ଇନିଂସ 

Subscribe

National International State Sports Entertainment