ରୋହିତ ଶର୍ମାଙ୍କ ଟାର୍ଗେଟରେ ଏଥର ଯୁବରାଜ ସମେତ ୩ ଖେଳାଳିଙ୍କ ରେକର୍ଡ଼
Khabar Odisha:Sports-cricket-odisha-indvswi-rohit-sharma-may-break-yuvraj-sharma-and-hashim-amla-record-in-3rd-odi
ନୂଆଦିଲ୍ଲୀ,ଅଗଷ୍ଟ୧୩(ଖବର ଓଡ଼ିଶା):

ଆଇସିସି  ବିଶ୍ଵକପରେ ପାଞ୍ଚଟି ଶତକ ହାସଲ କରିଥିବା ରୋହିତ ଶର୍ମାଙ୍କ ନଜର ଏବେ ଯୁବରାଜ ସିଂହ ଓ ହାସିମ ଆମଲାଙ୍କ ରେକର୍ଡ ଭାଙ୍ଗିବା ଉପରେ ରହିଛି। ଅଗଷ୍ଟ ୧୪ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ଯେବେ ଭାରତ ମଇଦାନକୁ ଓହ୍ଲାଇବ ତେବେ ରୋହିତଙ୍କ ନଜର ଏହି ଦୁଇ ଖେଳାଳିଙ୍କ ରେକର୍ଡ ଭାଙ୍ଗିବା ଉପରେ ରହିବ। ଏବେ ଏହି ଶୃଙ୍ଖଳାରେ ଭାରତ ୧-୦ରେ ଅଗ୍ରଣୀ ରହିଛି। ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇଯିବା ପରେ ଦ୍ଵିତୀୟ ମ୍ୟାଚରେ ଭାରତ ବିଜୟୀ ହୋଇଥିଲା। 

ହିଟମ୍ୟାନ ରୋହିତ ଶର୍ମା ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଫର୍ମରେ ଥିବା ନଜର ଆସୁଛନ୍ତି, ମାତ୍ର ଏ ଯାଏ ଲମ୍ବା ପାଳି ଖେଳି ପାରି ନାହାନ୍ତି। ସେ ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ୨୪ ଓ ୬୭ ରନ କରିଥିଲେ। ଏହା ପରେ ଦ୍ଵିତୀୟ ଦିନିକିଆରେ ୧୮ ରନ ଆଉଟ୍ ହୋଇଥିଲେ। ଏହା ସ୍ପଷ୍ଟ ଯେ ରୋହିତ ଭଲ ଆରମ୍ଭ କରୁଛନ୍ତି। ତାଙ୍କୁ କେବଳ କ୍ରିଜରେ ଅଧିକ ସମୟ ରହି ପାଳିକୁ ଆଗକୁ ନେବାକୁ ପଡ଼ିବ।

୩୨ ବର୍ଷୀୟ ରୋହିତ ଶର୍ମା ୨୧୭ ଦିନିକିଆ ଖେଳି ସାରିଛନ୍ତି। ସେ ଏହି ମ୍ୟାଚରେ ୪୮.୭୫ ହାରରେ ୮୬୭୬ ରନ କରିଛନ୍ତି। ସେ ଦିନିକିଆରେ ସର୍ବାଧିକ ରନ କରିବା ମାମଲାରେ ୨୩ତମ ସ୍ଥାନରେ ଅଛନ୍ତି। ଯଦି ସେ ତୃତୀୟ ଦିନିକିଆରେ ୨୬ ରନ କରନ୍ତି ତେବେ  ଯୁବରାଜ ସିଂହ(୮୭୦୧)ଙ୍କୁ ପଛରେ ପକାଇ ପାରନ୍ତି। ୧୦୩ ରନ କଲେ ଶିବନାରାୟଣ ଚନ୍ଦ୍ରପଲ(୮୭୭୮)ଙ୍କୁ ମଧ୍ୟ ପଛରେ ପକାଇ ପାରିବେ।

ରୋହିତ ଶର୍ମାଙ୍କ ପାଖରେ ଅଧିକ ଶତକ ହାସଲ କରିବା ମାମଲାରେ ହାସିମ ଆମଲାଙ୍କୁ ପଛରେ ପକାଇବା ଓ ସନଥ ଜୟସୁରିୟାଙ୍କ ସମକକ୍ଷ ହେବାର ସୁଯୋଗ ରହିଛି। ରୋହିତ ଦିନିକିଆରେ ଏ ପର୍ଯ୍ୟନ୍ତ ୨୭ ଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକାର ହାସିମ ଆମଲା ୨୭ ଶତକ କରି କ୍ରିକେଟରୁ ଅବସର ନେଇ ସାରିଛନ୍ତି। ଶ୍ରୀଲଙ୍କାର ସନଥ ଜୟସୁରିୟା ୨୮ ଶତକ ହାସଲ କରିଛନ୍ତି। ସର୍ବାଧିକ ଶତକ ହାସଲ ତାଲିକାରେ ସେ ସଂଯୁକ୍ତ ଭାବେ ପଞ୍ଚମରେ ଅଛନ୍ତି। ସଚିନ ତେନ୍ଦୁଲକର(୪୯) ପ୍ରଥମ ଓ ବିରାଟ କୋହଲି(୪୨) ଦ୍ଵିତୀୟରେ ଅଛନ୍ତି।

Subscribe

National International State Sports Entertainment