ଭାରତ ବିପକ୍ଷ ଶୃଙ୍ଖଳା ପାଇଁ ୱେଷ୍ଟଇଣ୍ଡିଜ ଟିମ ଘୋଷିତ, ଜାଣନ୍ତୁ କେଉଁମାନେ ହେଲେ ସାମିଲ
Khabar Odisha:Sports-cricket-West-Indies-name-ODI-and-T20i-squad-for-India-tour-Kieron--Pollard-to-lead

 

ନୂଆଦିଲ୍ଲୀ, ନଭେମ୍ବର ୨୯ (ଖବର ଓଡ଼ିଶା): ଆଉ ମାତ୍ର  ୬ ଦିନ ପରେ ଭାରତ-ୱେଷ୍ଟଇଣ୍ଡିଜ  ଶୃଙ୍ଖଳା ଆରମ୍ଭ ହୋଇଯିବ । ଆଗାମୀ ଡିସେମ୍ବର ୬ରୁ ଆରମ୍ଭ ହେଉଥିବା ଶୃଙ୍ଖଳା ପାଇଁ ୱେଷ୍ଟଇଣ୍ଡିଜ ନିଜର ଟିମ ଘୋଷଣା କରିଛି । ଉଭୟ ଦିନିକିଆ ଓ ଟି-୨୦ ଶୃଙ୍ଖଳାର ନେତୃତ୍ୱ ନେବେ କିରଣ ପୋଲାର୍ଡ । ସେହିଭଳି ଟି-୨୦ରେ ନିକୋଲାସଙ୍କୁ  ଓ ଦିନିକିଆରେ ଶାଈ ହୋପଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଛି । 

ୱେଷ୍ଟଇଣ୍ଡିଜ କ୍ରିକେଟ ଟିମର ଚୟନକାରୀ କମିଟି ନିକଟରେ ଆଫଗାନିସ୍ତାନ ବିପକ୍ଷ ଲଖନଉରେ ଖେଳିଥିବା ଟିମ ଉପରେ ନିଜର ବିଶ୍ୱାସ କରିଛି । ୱେଷ୍ଟଇଣ୍ଡିଜ ନିଜର ଅଭିଯାନ ୩ ମ୍ୟାଚର ଟି-୨୦ ଶୃଙ୍ଖଳାରୁ ଆରମ୍ଭ କରିବ । ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ କ୍ରିକେଟ ଶୃଙ୍ଖଳା ଡିସେମ୍ବର ୬ରୁ ଆରମ୍ଭ ହେଉଛି । ହାଇଦ୍ରାବାଦରେ ଟି-୨୦ ମ୍ୟାଚରୁ ଅଭିଯାନ ଆରମ୍ଭ ହେବ ।  ପୂର୍ବରୁ ଏହି ମ୍ୟାଚ ମୁମ୍ବାଇରେ ହେବ ବୋଲି କୁହାଯାଉଥିଲା । ବିସିସିଆଇ ପରେ ଏହି ମ୍ୟାଚକୁ ହାଇଦ୍ରାବାଦ ସ୍ଥାନାନ୍ତର କରିଛି । ସେହିଭଳି ଡିସେମ୍ବର ୧୧ରେ ହାଇଦ୍ରାବାଦରେ ହେବାକୁ ଥିବା ତୃତୀୟ ଟି-୨୦ ମୁମ୍ବାଇରେ ଖେଳାଯିବ । ଦ୍ୱିତୀୟ ଟି-୨୦ ଡିସେମ୍ବର ୮ରେ ଥିରୁବନନ୍ତପୁରମରେ ଖେଳାଯିବ । ଟି-୨୦ ପରେ ଦିନିକିଆ ମ୍ୟାଚ ଖେଳାଯିବ । 

ଡିସେମ୍ବର ୧୫ରେ ପ୍ରଥମ ଦିନିକିଆ ଚେନ୍ନାଇରେ ଖେଳାଯିବାକୁ ଥିବା ବେଳେ ବିଶାଖାପାଟଣାରେ ଡିସେମ୍ବର ୧୮ରେ ଦ୍ୱିତୀୟ ଦିନିକିଆ ଖେଳାଯିବ । ସେହିଭଳି ଶୃଙ୍ଖଳାର ଅନ୍ତିମ ଦିନିକିଆ ଡିସେମ୍ବର ୨୨ରେ ଐତିହାସିକ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । 

ଦିନିକିଆ ଟିମ: ସୁନୀଲ ଅମ୍ବରୀଶ, ଶାଈ ହୋପ, ଖେରୀ ପିୟରେ, ରୋଷ୍ଟନ ଚେଜ, ଅଲଜାରୀ ଜୋସେଫ, କିରଣ ପୋଲାର୍ଡ (ଅଧିନାୟକ), ଶେଲଡନ କଟରେଲ, ବ୍ରେଣ୍ଡନ କିଙ୍ଗ, ନିକୋଲାସ ପୂରନ, ଶିମନନ ହେଟମେୟର, ଏଭିନ ଲୁଇସ, ରୋମାନିଓ ଶେଫଇ, ଜେସନ ହୋଲ୍ଡର, କୀମା ପଲ, ହେଡନ ୱାଲଶ ଜୁନିୟର । 

ଟି-୨୦ ଟିମ: ଫାବିୟାନ ଏଲେନ, ବେଣ୍ଡନ କିଙ୍ଗ, ଦିନେଶ ରାମଦିନ, କଟରେଲ, ଏଭିନ ଲୁଇସ, ଶେରଫେନ ରଦରଫୋର୍ଡ, ଶିମରନ ହେଟମେୟର, ଖେରି ପିୟରେ, ଲେଣ୍ଡଲ ସିମଂସ, ଜେସନ ହୋଲ୍ଡର, କିରଣ ପୋଲାର୍ଟ (ଅଧିନାୟକ), ହେଡନ ୱାଲସ ଜୁନିୟର, କୀମା ପଲ, ନିକୋଲାସ ପୂରଣ, କେସରିକ ୱିଲିୟମ । 

    

  • Tags:

Subscribe

National International State Sports Entertainment