କେପ୍ଟାଉନ୍, ଜାନୁଆରୀ ୦୯ (ଖବର ଓଡ଼ିଶା): ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ (ସିଏସ୍ଏ) ପାକିସ୍ତାନକୁ ଏକ ବଡ଼ ଝଟକା ଦେଇଛି। ନିଜର ଚୁକ୍ତିବଦ୍ଧ ଖେଳାଳିଙ୍କୁ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍) ୨୦୨୨ ସଂସ୍କରଣରେ ଖେଳିବାକୁ ଅନୁମତି ଦେଇନାହିଁ। ସିଏସ୍ଏ କହିଛି ଯେ, ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ସର୍ବପ୍ରଥମେ ଅନ୍ତର୍ଜାତୀୟ ଓ ଘରୋଇ ଟୁର୍ଣ୍ଣାମେଣ୍ଟ ଉପରେ ନଜର ରଖିବାକୁ ପଡ଼ିବ। ପରେ ବାହାର ଦେଶରେ ଲିଗ ଖେଳିବାକୁ ଅନୁମତି ମିଳିବ।
ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡର ନିର୍ଦ୍ଦେଶକ ଗ୍ରୀମ ସ୍ମିଥ କହିଛନ୍ତି ଯେ, ଏହା ଠିକ୍ କଥା। ପାକିସ୍ତାନ ସୁପର ଲିଗ ପାଇଁ ପ୍ରୋଟିୟାଜ ଖେଳାଳିଙ୍କୁ ଏନ୍ଓସି ଦିଆଯାଇ ନାହିଁ। ଏହାର କାରଣ ହେଲା ଆଗାମୀ ଦିନରେ ଅନ୍ତର୍ଜାତୀୟ ଓ ଘରୋଇ ଶୃଙ୍ଖଳା ଖେଳା ଯିବାର ଅଛି। ସେ କହିଛନ୍ତି ଯେ, ଦେଶ ପାଇଁ ଖେଳିବା ଖେଳାଳିଙ୍କ ପ୍ରଥମ କର୍ତ୍ତବ୍ୟ। ଏହା ପରେ ବାଂଲାଦେଶ ସହିତ ଘରୋଇ ଶୃଙ୍ଖଳା ଖେଳିବା। ଆମର ଚୁକ୍ତିବଦ୍ଧ ଖେଳାଳିଙ୍କ ପାଇଁ ସବୁଠାରୁ ଜରୁରୀ କାମ ହେଲା ନ୍ୟାସନାଲ ଟିମ୍ ସହିତ ଖେଳିବା। ସୂଚନାଯୋଗ୍ୟ, ପାକିସ୍ତାନ ସୁପର ଲିଗ ଆଗାମୀ ୨୭ ତାରିଖ ଠାରୁ ଆରମ୍ଭ ହେବ।