ଆଇପିଏଲ୍‌: ପଂଜାବ କିଙ୍ଗ୍‌ସ ସାମ୍ନାରେ ଫେଲ୍ ମାରିଲା ଆରସିବି, ୫୪ ରନ୍‌ରେ ହାରିଲା ମ୍ୟାଚ୍
Khabar Odisha:Sports-cricket-Punjab-Kings-won-by-54-runs-against-Royal-Challengers-Bangalore

ମୁମ୍ବାଇ, ମେ ୧୪ (ଖବର ଓଡ଼ିଶା): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ର ୬୦ତମ ମ୍ୟାଚ୍‌ରେ ପଂଜାବ କିଙ୍ଗ୍‌ସ ଦମଦାର ବିଜୟ ହାସଲ କରିଛି । ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ରେ ଶୁକ୍ରବାର ପଂଜାବ ପ୍ରଥମେ ବ୍ୟାଟିଂ କରି ୯ଟି ୱିକେଟ୍ ବିନିମୟରେ ୨୦୯ ରନ୍ ସଂଗ୍ରହ କରିଥିଲା । ଜବାବରେ ରୟାଲ ଚ୍ୟାଲେଞ୍ଜର୍ସ ୯ଟି ୱିକେଟ୍ ହରାଇ ୧୫୫ ରନ୍‌ରୁ ଆଗକୁ ବଢ଼ିପାରି ନଥିଲା । ଫଳରେ ପଂଜାବ କିଙ୍ଗ୍‌ସ ଏହି ମ୍ୟାଚ୍‌କୁ ୫୪ ରନ୍‌ରେ ଜିତିନେଇଥିଲା । 

ପଂଜାବ କିଙ୍ଗ୍‌ସର ଉଭୟ ବ୍ୟାଟର ଓ ବୋଲର ଦମ୍ଭ ଦେଖାଇଥିଲେ । ପ୍ରଥମେ ବ୍ୟାଟିଂ ପାଳିରେ ଜନି ବେୟାରଷ୍ଟୋ ଓ ଲିୟାମ ଲିଭିଂଷ୍ଟୋନ୍ ଦମଦାର ଅର୍ଦ୍ଧଶତକ ବଳରେ ଟିମ୍‌କୁ ମଜବୁତ କରିଥିଲେ । ବେୟାରଷ୍ଟୋ ୨୯ଟି ବଲ୍ ଖେଳି ୬୬ ରନ୍ କରିଥିଲେ । ଏଥିରେ ୪ଟି ଚୌକା ଓ ୭ଟି ଛକା ସାମିଲ ଥିଲା । ସେହିପରି ଲିଭିଂଷ୍ଟୋନ୍ ୪୨ଟି ବଲ୍ ଖେଳି ୫ଟି ଚୌକା ଓ ୪ଟି ଛକା ବଳରେ ୭୦ ରନ୍ କରିଥିଲେ । ବୋଲିଂ ପାଳିରେ କାଗିସୋ ରାବଡ଼ା ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ଋଷି ଧୱନ ଓ ରାହୁଲ ଚହରଙ୍କୁ ୨-୨ ୱିକେଟ ମିଳିଥିଲା ବେଳେ ହରପ୍ରୀତ ବାର ଓ ଅର୍ଶଦୀପ ସିଂହ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । 

ଇାଙ୍ଗାଲୋର ପାଇଁ ଗ୍ଲେନ ମେକ୍ସୱେଲ ସର୍ବାଧିକ ୩୫ ରନ୍ କରିଥିଲେ । ସେ ୨୨ଟି ବଲ୍ ଖେଳି ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ରଜତ ପଟିଦାର ୨୬ ରନ୍ ବିରାଟ କୋହଲି ୨୦ ରନ୍‌, ଦିନେଶ କାର୍ତ୍ତିକ ଓ ହର୍ଷଲ ପଟେଲ ୧୧-୧୧ ରନ୍ ଯୋଡ଼ିଥିଲେ । 

 

  • Tags:

Subscribe

National International State Sports Entertainment