ଅକଲାଣ୍ଡ ଦିନିକିଆ: ଟସ ଜିଣି ଭାରତର ବୋଲିଂ ନିଷ୍ପତ୍ତି, ନ୍ୟୁଜିଲାଣ୍ଡର ବ୍ୟାଟିଂ ଜାରି
Khabar Odisha:Sports-cricket-New-Zealand-vs-India-2st-ODI-India-opt-to-bowl-first-New-Zealands-baiting-continued

ଅକଲାଣ୍ଡ, ଫେବୃଆରୀ ୦୮ (ଖବର ଓଡ଼ିଶା): ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଅକଲାଣ୍ଡର ଇଡେନ ପାର୍କରେ ଦ୍ୱିତୀୟ ଦିନିକିଆ ଆରମ୍ଭ ହୋଇଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ଘରୋଇ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିଛି ।  ଶେଷ ରିପୋର୍ଟ ଲେଖାହେଲା ବେଳକୁ ନ୍ୟୁଜିଲାଣ୍ଡ ୨୫ ଓଭର ଖେଳ ପରି ସମାପ୍ତି ପରେ ଗୋଟିଏ ୱିକେଟ ହରାଇ ୧୩୩  ରନ ସଂଗ୍ରହ କରିଛି । ମାର୍ଟିନ ଗୁପଟିଲ ଓ ଟମ ବ୍ଲଣ୍ଡେଲ କ୍ରିଜରେ ଅଛନ୍ତି ।  

ହାମିଲଟନରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ୪ ୱିକେଟରେ ପରାସ୍ତ ହୋଇଥିବାରୁ ଏହି ମ୍ୟାଚ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ଶୃଙ୍ଖଳା ବିଜୟୀ ହେବାକୁ ହେଲ ଆଜିର ମ୍ୟାଚ ସହ ଶେଷ ଦିନିକିଆକୁ ମଧ୍ୟ ଭାରତକୁ ଜିତିବାକୁ ପଡ଼ିବ । ପ୍ରଥମ ଦିନିକିଆରେ ଭାରତ ଦମଦାର ବ୍ୟାଟିଂ କରିଥିଲା । ଟିମ ୩୪୭ ରନ କରିଥିଲା । କିନ୍ତୁ ବୋଲିଂ ଓ ଫିଲ୍ଡିଂ ଲାଇନରେ କିଛି ସମସ୍ୟା ଥିବାରୁ ନ୍ୟୁଜିଲାଣ୍ଡ ୪ ୱିକେଟରେ ମ୍ୟାଚ ଜିତିଥିଲା । ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ ୪୮.୧ ଓଭରରେ ୩୪୮ ରନ ସଂଗ୍ରହ କରି ମ୍ୟାଚ ଜିତିଥିଲା । 

ନ୍ୟୁଜିଲାଣ୍ଡ ଟିମ: ମାର୍ଟିନ ଗୁପଟିଲ, ହେନରୀ ନିକୋଲ୍ସ, ଟମ ଲାଥମ (ଅଧିନାୟକ ଓ ୱିକେଟକିପର), ଟମ ବ୍ଲଣ୍ଡେଲ, ରସ ଟେଲର, ଜେମ୍ସ ନୀଶମ, କୋଲିନ ଗ୍ରାଣ୍ଡହୋମ, ମାର୍କ ଚାମ୍ପମେନ, ଟିମ ସାଉଦୀ, କାଏଲ ଜାମିସନ  ଓ ହମିଶ ବେନେଟ

ଭାରତୀୟ ଟିମ: ପୃଥ୍ୱୀ ଓ, ମୟଙ୍କ ଅଗ୍ରୱାଲ, ବିରାଟ କୋହଲି (ଅଧିନାୟକ), ଶ୍ରେୟସ ଆୟର, ଲୋକେଶ ରାହୁଲ (ୱିକେଟକିପର), କେଦାର ଯାଦବ, ରବୀନ୍ଦ୍ର ଜାଦେଜା, ଶାର୍ଦ୍ଦୁଲ ଠାକୁର, ଯଶପ୍ରୀତ ବୁମରା, ନଭଦୀପ ସଇନି, ୟୁଜବେନ୍ଦ୍ର ଚହଲ । 

 

  • Tags:

Subscribe

National International State Sports Entertainment