ଆଇପିଏଲ ପରେ ୟୁଏଇରୁ ଅଷ୍ଟ୍ରେଲିଆ ଗସ୍ତରେ ବାହାରିଲେ ଭାରତୀୟ କ୍ରିକେଟ ଟିମ୍
Khabar Odisha:Sports-cricket-Indian-cricket-team-departs-for-Australia-tour-after-end-of-Indian-Premier-League

ଦୁବାଇ, ନଭେମ୍ବର ୧୨ (ଖବର ଓଡ଼ିଶା): ଭାରତୀୟ କ୍ରିକେଟ ଟିମ ବୁଧବାର ଅଷ୍ଟ୍ରେଲିଆ ଗସ୍ତରେ ବାହାରିଛନ୍ତି । ଏହି ଗସ୍ତ ୨ ମାସ ପାଇଁ ହୋଇଛି । ସେଠାରେ ଭାରତୀୟ ଟିମ ୨ ବର୍ଷ ପୂର୍ବରୁ ଐତିହାସିକ ଟେଷ୍ଟ ଶୃଙ୍ଖଳା ବିଜୟର ପୁନରାବୃତ୍ତି କରିବେ । ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଭାରତୀୟ ଟିମର ଏକ ଫଟୋ ଟୁଇଟ ଜରିଆରେ ଖେଳାଳିଙ୍କ ପିପିଇ କଟି ପିନ୍ଧିଥିବା ଦେଖାଇଛି । ଏହି ଗସ୍ତ କରୋନା ଭାଇରସ ମହାମାରୀ କାଳରେ ହେଉଛି । ବିସିସିଆଇ ନିଜର ଟଉଟର ଆକାଉଣ୍ଟରେ ଲେଖିଛି ଯେ, ଭାରତୀୟ ଟିମର ପ୍ରତ୍ୟାବର୍ତ୍ତନ । ଚାଲନ୍ତୁ, ନୂତନ ଶୈଳୀକୁ ଅପାଣାନ୍ତୁ । 

ଭାରତୀୟ ଟିମର ଅଧିକ ଖେଳାଳି ଆଇପିଏଲ ଖେଳୁଛନ୍ତି । ନିଜର ଟିମର ଅଭିଯାନ ଶେଷ ହେବା ପରେ ରାଷ୍ଟ୍ରୀୟ ଟିମ ଲାଗି ପ୍ରସ୍ତୁତ କରାଯାଇଥିବା ସୁରକ୍ଷାବାତାବରଣ ଚାଲିଛି । ଟେଷ୍ଟ ବିଶେଷଜ୍ଞ ଚେତେଶ୍ୱର ପୂଜାରା ଓ ଅନ୍ୟ ସହଯୋଗୀ ବିଗତ ମାସରେ ଏଠାରେ ପହଂଚିବା ପରେ ରାଷ୍ଟ୍ରୀୟ ଟିମ ଲାଗି ପ୍ରସ୍ତୁତ କରାଯାଇଥିବା ସୁରକ୍ଷିତ ବ୍ୟବସ୍ଥା ସ୍ଥଳକୁ ଯାଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସକୁ ଲଗାତାର ୫ମ ଥର ବିଜୟ ଦେଇଥିବା ରୋହିତ ଶର୍ମା ଓ ବେଙ୍ଗାଲୁରୁରେ ରାଷ୍ଟ୍ରୀୟ କ୍ରିକେଟ ଏକାଡେମିରେ ଆହତରୁ ସୁସ୍ଥ ହୋଇଥିବା ଈଶାନ୍ତ ଶର୍ମା ପରେ ଅଷ୍ଟ୍ରେଲିଆ ଗସ୍ତ କରିବେ । ଏମାନେ କେବଳ ଟେଷ୍ଟ ମ୍ୟାଚ ଖେଳିବେ । 

 

 

  • Tags:

Subscribe

National International State Sports Entertainment