ପ୍ରଥମ ପରୀକ୍ଷାରେ ରୋହିତ-ଦ୍ରାବିଡ଼ଙ୍କ ଯୋଡ଼ି ପାସ୍‌, ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳା ୩-୦ରେ ଜିତିଲା ଭାରତ
Khabar Odisha:Sports-cricket-India-wins-T-20-series-against-New-Zealand

କୋଲକାତା, ନଭେମ୍ବର ୨୨ (ଖବର ଓଡ଼ିଶା): ଭାରତ କୋଲକାତା ଟି-୨୦ ମ୍ୟାଚରେ ବିଜୟ ହାସଲ କରିବା ସହିତ ନ୍ୟୁଜିଲାଣ୍ଡକୁ ୩-୦ରେ ପରାସ୍ତ କରିଛି। ଅର୍ଥାତ ଟିମ୍‌ ଇଣ୍ଡିଆ ଏହି ଶୃଙ୍ଖଳାରେ କ୍ଲିନ୍‌ ସୁଇପ୍‌ କରିଛି। ଫୁଲ ଟାଇମ୍‌ ଅଧିନାୟକ ରୋହିତ ଶର୍ମାଙ୍କ ଏହା ଥିଲା ପ୍ରଥମ ଟି-୨୦ ଶୃଙ୍ଖଳା, ଯେଉଁଥିରେ କି ସେ କମାଲ କରିଛନ୍ତି। ଏଥି ସହିତ ଭାରତୀୟ ଟିମ୍‌ର ନୂ୍ଆ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳର ଶୁଭାରମ୍ଭ ବିଜୟର ସହିତ ହୋଇଛି। 

କୋଲକାତାରେ ରବିବାର ଖେଳାଯାଇଥିବା ୩ୟ ତଥା ଶେଷ ଟି-୨୦ ମ୍ୟାଚରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ୧୮୪ ରନ୍‌ କରିଥିଲା। ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୭୩ ରନ୍‌ରେ ପରାସ୍ତ କରିଛି। ଏହି ଶୃଙ୍ଖଳାରେ ରୋହିତ ଶର୍ମା କ୍ରମାଗତ ଭାବେ ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଥି ସହିତ ସେ ଏକାଧିକ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି। 

ରୋହିତଙ୍କ ବ୍ୟତୀତ ଈଶନ କିଶନ, ଶ୍ରେୟସ ଆୟର ଓ ଭେଙ୍କଟେଶ ଆୟର ମଧ୍ୟ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ। ଶେଷରେ ଦୀପକ ଚହର (୮ଟି ବଲ୍‌ରୁ ୨୧ ରନ୍‌)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତର ସ୍କୋର ମଜବୁତ ସ୍ଥିତିରେ ପହଞ୍ଚିଥିଲା। ରୋହିତ ଶର୍ମା ପ୍ଲେଆର ଅଫ୍‌ ଦ ସିରିଜ ପୁରସ୍କାର ପାଇଛନ୍ତି। ସେ ପ୍ରଥମ ମ୍ୟାଚରେ ୪୮, ୨ୟ ମ୍ୟାଚରେ ୫୫ ଓ ୩ୟ ମ୍ୟାଚରେ ୫୬ ରନ୍‌ କରିଛନ୍ତି। ଅକ୍ଷର ପଟେଲ ୩ ଓଭରରେ ୯ ରନ୍‌ ଦେଇ ୩ଟି ୱିକେଟ୍‌ ନେଇଥିଲେ। ଅନ୍ୟ ଭାରତୀୟ ବୋଲରମାନେ ମଧ୍ୟ ନିଜର ବଳିଷ୍ଠତା ଦେଖାଇଥିଲେ। କେବଳ ମାର୍ଟିନ ଗୁପ୍ଟିଲଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନ ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜରେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରି ନଥିଲେ।    

ଭାରତ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୫ ୱିକେଟ୍‌ରେ ପରାସ୍ତ କରିଥିବା ବେଳେ ୨ୟ ମ୍ୟାଚରେ ୭ ୱିକେଟ୍‌ରେ ହରାଇଥିଲା।  

 

 

  • Tags:

Subscribe

National International State Sports Entertainment