ଭିଡିଓ: ମହେନ୍ଦ୍ର ସିଂହ ଧୋନୀଙ୍କ ଅବସର ନେଇ ସାକ୍ଷୀ ରାୱତ ଦେଲେ ଏମିତି ବୟାନ
Khabar Odisha:Sports-cricket-Dont-know-where-these-come-from-Sakshi-on-Dhonis-retirement-rumours

କୋଲକାତା, ଜୁନ ୦୧ (ଖବର ଓଡ଼ିଶା): ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପତ୍ନୀ ସାକ୍ଷୀ ରାୱତ ସୋସିଆଲ ମିଡିଆରେ ନିଜର ସ୍ୱାମୀଙ୍କ ଅବସର ନେବାକୁ ନେଇ ବୟାନ ଦେଇଛନ୍ତି । ସେ କହିଛନ୍ତି, ଧୋନୀ ଏବେ ବି ରାଷ୍ଟ୍ରୀୟ ଟିମକୁ ଫେରିବାକୁ ଆଶା ରଖିଛନ୍ତି । ଧୋନୀ ବିଗତ ଏକ ବର୍ଷ ହେବ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଅଛନ୍ତି । ସେ ଭାରତ ତରଫରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱକପ ୨୦୧୯ର ସେମିଫାଇନାଲ ମ୍ୟାଚ ଖେଳିଥିଲେ । ଏହି ମ୍ୟାଚରେ ଭାରତ ପରାସ୍ତ ହୋଇଥିଲା । ସେହିଦିନ ଠାରୁ ଧୋନୀଙ୍କ ଭବିଷ୍ୟତକୁ ନେଇ ଅନେକ ଆକଳନ କରାଯାଉଛି । ଭାରତୀୟ କ୍ରିକେଟ ବୋର୍ଡ କେନ୍ଦ୍ରୀୟ ଅନୁବନ୍ଧିତ ଖେଳାଳି ତାଲିକାରେ ତାଙ୍କୁ ସ୍ଥାନ ଦେଇ ନାହିଁ । 

ଚେନ୍ନାଇ ସୁପର କିଙ୍ଗସର ଇନଷ୍ଟାଗ୍ରାମ ଲାଇଫ ସେଶସରେ ସାକ୍ଷୀ କହିଛନ୍ତି, ସେ ଲୋ ପ୍ରୋଫାଇଲ ରହନ୍ତି । ଲକଡାଉନ ସମୟରେ ସେ ସୋସିଆଲ ମିଡିଆରୁ ଦୂରରେ ରହିଛନ୍ତି । ମୋତେ ଜଣାନାହିଁ, ସେ କାହିଁକି ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି ନାହିଁ । ଆପଣ ସୋସିଆଲ ମିଡିଆ ସହ ଜଡ଼ିତ ଥିଲେ, ଆପଣଙ୍କୁ ବିଭିନ୍ନ କଥା ଶୁଣିବାକୁ ହେବ । କିଛି ଦିନ ପୂର୍ବରୁ ଧୋନୀ ରିଟାୟର୍ଡ ଟ୍ରେଣ୍ଡ କରିଥିଲା । ଯେତେବେଳେ ଏମିତି କିଛି ହୋଇଥାଏ, ମୋ ପାଖକୁ ଫୋନ ଓ ଏସଏମଏସ ଆସିଥାଏ । 

 

  • Tags:

Subscribe

National International State Sports Entertainment