ଆଇପିଏଲ: ମିଲର-ମୋରିସଙ୍କ ବିସ୍ଫୋରକ ବ୍ୟାଟିଂ, ରୋମାଞ୍ଚକର ମ୍ୟାଚରେ ଦିଲ୍ଲୀକୁ ହରାଇଲା ରାଜସ୍ଥାନ
Khabar Odisha:Sports-cricket-David-Miller-Chris-Morris-Jaydev-Unadkat-Shine-as-Rajasthan-Royals-beat-Delhi-capitals-match

ମୁମ୍ବାଇ, ଏପ୍ରିଲ ୧୬ (ଖବର ଓଡ଼ିଶା): ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୨୦୨୧ ସଂସ୍କରଣର ୭ମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚ ରୋମାଞ୍ଚକର ଥିଲା । ମ୍ୟାଚରେ ଋଷଭ ପନ୍ତଙ୍କ ୩୨ଟି ବଲରେ ୫୧ ରନ ବଳରେ ଦିଲ୍ଲୀ ୮ଟି ୱିକେଟରେ ୧୪୭ ରନ୍ କରିଥିଲା । ଜବାବରେ ରାଜସ୍ଥାନର ଶୀର୍ଷ ୪ ଜଣ ବ୍ୟାଟ୍ସମ୍ୟାନ ଦିଲ୍ଲୀର ଦ୍ରୁତ ବୋଲର ଆଗରେ ଆତ୍ମସମର୍ପଣ କରିଥିଲେ । କିନ୍ତୁ ଡେଭିଡ ମିଲରଙ୍କ ସବୁଠାରୁ ଅଧିକ ଟଙ୍କାରେ ନିଲାମ ହୋଇଥିବା କ୍ରିସ ମୋରିସ ଶେଷ ୨ ଓଭରରେ ବିସ୍ଫୋରକ ବ୍ୟାଟିଂ କରି ଟିମକୁ ବିଜୟୀ କରିଥିଲେ । ଏହା ରାଜସ୍ଥାନର ପ୍ରଥମ ବିଜୟ ଥିଲା । 

ଡେଭିଡ ମିଲର ସର୍ବାଧିକ ୪୩ଟି ବଲ ଖେଳି ୬୨ ରନ ସଂଗ୍ରହ କରିଥିଲେ । ମୋରିସ ୧୮ଟି ବଲ ଖେଳି ୪ ଚୌକା ସହିତ ଅପରାଜିତ ୩୬ ରନ ଯୋଡ଼ିଥିଲେ । ସେ ବିଜୟ ଛକା ମାରିଥିଲେ । ଜୟଦେବ ଉନାଦକଟ ୭ଟି ବଲ ଖେଳି ଅପରାଜିତ ୧୧ ରନ କରିଥିଲେ । ଦିଲ୍ଲୀ ତରଫରୁ ଆୱେଶ ଖାନ୩ଟି ଓ କାଗିସୋ ରବାଡା ଏବଂ କ୍ରିସ ୱକ୍ସ ୨-୨ଟି ଲେଖାଏଁ ୱିକେଟ ନେଇଥିଲେ । 

୧୯ତମ ଓଭରରେ କ୍ରିସ ମୋରିସ ଦିଲ୍ଲୀର ବୋଲର ରବାଡ଼ାଙ୍କ ବଲରେ ୨ଟି ଛକା ମାରି ରୋମାଞ୍ଚକର ସ୍ଥିତିକୁ ଆଣିଥିଲେ । ରାଜସ୍ଥାନକୁ ଶେଷ ଓଭରରେ ୧୨ ରନ ଦରକାର ଥିଲା । ୨୦ତମ ଓଭରରେ ମୋରିସ ଟମ କରଣଙ୍କ ପ୍ରଥମ ବଲରେ ୨ ରନ, ପରବର୍ତ୍ତୀ ବଲରେ ଗୋଟିଏ ଛକା ମାରିଥିଲେ । ରାଜସ୍ଥାନକୁ ଯେତେବେଳେ ୪ଟି ବଲରେ ୪ ରନ ଦରକାର ଥିଲା, ମୋରିସ ୪ର୍ଥ ବଲରେ ଏକ ଦର୍ଶନୀୟ ଛକା ମାରି ଦଳକୁ ବିଜୟ ଦେଇଥିଲେ । 

 

  • Tags:

Subscribe

National International State Sports Entertainment