ଆଇପିଏଲ୍‌ କ୍ବାଲିଫାୟର-୧: ଫାଇନାଲ ଟିକେଟ ପାଇଁ ଆଜି ଦିଲ୍ଳୀ-ଚେନ୍ନାଇ ମୁକାବିଲା
Khabar Odisha:Sports-cricket-Chennai-Super-Kings-and-Delhi-Capital-match-today-in-IPL-Qualifier-1

ନୂଆଦିଲ୍ଲୀ, ଅକ୍ଟୋବର ୧୦ (ଖବର ଓଡ଼ିଶା): ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ ଇଣ୍ଡିଆନ ପ୍ରିମିୟର ଲଗି (ଆଇପିଏଲ) ୨୦୨୧ର ପ୍ରଥମ କ୍ବାଲିଫାୟର ପାଇଁ ଆଜି ମୁହାଁମୁହିଁ ହେବେ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ମୁକାବିଲା ହେବ। ଫାଇନାଲ ଟିକେଟ ପାଇଁ ମହେନ୍ଦ୍ର ସିଂହ ଧୋନୀଙ୍କ ଟିମକୁ ଋଷଭ ପନ୍ତଙ୍କ ଦିଲ୍ଲୀ ଟିମ୍ କଡ଼ା ମୁକାବିଲା କରିବାକୁ ଉଦ୍ୟମ କରିବ। 

ଆଇପିଏଲର ଲିଗ୍‌ ପର୍ଯ୍ୟାୟରେ ଦିଲ୍ଲୀ ଶୀର୍ଷ ସ୍ଥାନରେ ରହିଛି। ଚେନ୍ନାଇ ସୁପର କିଙ୍ଗସ ପଏଣ୍ଟ ଟେବୁଲରେ ୨ୟ ସ୍ଥାନ ଅଧିକାର କରିଛି। ଗତ ମୁକାବିଲାରେ ଚେନ୍ନାଇକୁ ଦିଲ୍ଲୀ ପରାସ୍ତ କରିଛି। ଉଭୟ ଟିମ ଆଜି ଯେତେବେ‌ଳେ ପଡ଼ିଆରେ ଅବତୀର୍ଣ୍ଣ ହେବେ ୩ ଜଣ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିବ। କାରଣ ଏମାନେ ନିଜନିଜ ଦଳକୁ ବିଜୟ ଦେବାକୁ ପ୍ରବଳ ଉଦ୍ୟମ କରିବେ। 

ଚେନ୍ନାଇ ସୁପର କିଙ୍ଗସର ବ୍ୟାଟ୍ସମ୍ୟାନ ଫାଫ ଡୁ ପ୍ଲେସିସ ଏବେ ଭଲ ଫର୍ମରେ ଅଛନ୍ତି। ଡୁପ୍ଲେସିସ ୧୪ଟି ମ୍ୟାଚ ଖେଳି ୫୪୬ ରନ କରିଛନ୍ତି। ସେ ଆଇପିଏଲ ୨୦୨୧ରେ ସର୍ବାଧିକ ରନ ସଂଗ୍ରହ ତାଲିକାରେ ୨ୟ ସ୍ଥାନ ଦଖଲ କରିଛନ୍ତି। ତାଙ୍କ ନାଁରେ ୫ଟି ଅର୍ଦ୍ଧଶତକ ରହିଛି, ଯାହାକି ଯେକୌଣସି ଟିମର ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ସର୍ବାଧିକ। 

ଏହି ମ୍ୟାଚରେ ଡୁ ପ୍ଳେସିସଙ୍କୁ ତାଙ୍କର ଦକ୍ଷିଣ ଆଫ୍ରିକୀୟ ବୋଲର କାଗିସୋ ରବାଡ଼ାଙ୍କୁ ସାମ୍ନା କରିବାକୁ ପଡ଼ିବ। ରବାଡ଼ା ହେଉଛନ୍ତି ଦିଲ୍ଲୀ ଟିମର ମୁଖ୍ୟ ଦ୍ରୁତ ବୋଲର। ସାଧାରଣତଃ ଦିଲ୍ଲୀ ବୋଲରଙ୍କ ନେତୃତ୍ବ ନିଅନ୍ତି। ସେ ପ୍ରଥମ ଓଭର ବୋଲିଂ କରିଥାନ୍ତି। ଡୁପ୍ଲେସିସ ଯେତେବେଳେ ରବାଡାଙ୍କୁ ସାମ୍ନା କରିବେ, ଦର୍ଶକ ଏହି ସମୟ ଉପରେ ନଜର ରଖିବେ। 

ସେହିପରି ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାୟକୱାଡ଼ ଚଳିତ ଆଇପିଏଲରେ ଶତକ ହାସଲ କରିଛନ୍ତି। ସେ କ୍ରମାଗତ ଭଲ ଖେଳୁଛନ୍ତି। ଚେନ୍ନାଇର ଏହି ଖେଳାଳି ୧୪ଟି ମ୍ୟାଚରେ ୫୩୩ ରନ ସଂଗ୍ରହ କରିଛନ୍ତି। ଏଥିରେ ୩ଟି ଅର୍ଦ୍ଧଶତକ ସାମିଲ ଅଛି। ଋତୁରାଜଙ୍କୁ ଆଉଟ କରିବା ପାଇଁ ଦିଲ୍ଲୀ ଅଭେଶ ଖାନଙ୍କୁ ବ୍ୟବହାର କରିପାରେ। ଅଭେଶ ୧୪ଟି ମ୍ୟାଚ ଖେଳି ୨୨ଟି ୱିକେଟ ନେଇଛନ୍ତି। 

ଦିଲ୍ଲୀର ବିସ୍ଫୋରକ ବ୍ୟାଟ୍ସମ୍ୟା ଶିଖର ଧାୱନଙ୍କୁ ଆଜି ବୋଲିଂ କରିବେ ଚେନ୍ନାଇର ଦୀପକ ଚାହର। ଧୱନ ୧୪ଟି ମ୍ୟାଚରେ ୫୪୪ ରନ ସଂଗ୍ରହ କରିଛନ୍ତି। ଏଥିରେ ୩ଟି ଅର୍ଦ୍ଧଶତକ ରହିଛି। ଦୀପକ ଚାହର ୧୩ଟି ମ୍ୟାଚ ଖେଳି ୧୩ ୱିକେଟ ନେଇଛନ୍ତି। 

 

 

  • Tags:

Subscribe

National International State Sports Entertainment