ଭାରତ ବିପକ୍ଷ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ବଡ଼ ଝଟକା, ଟିମ୍‌ରୁ ବାଦ୍ ପଡ଼ିପାରନ୍ତି ଅଧିନାୟକ ଷ୍ଟୋକ୍ସ
Khabar Odisha:Sports-cricket-Ben-Stokes-illness-as-England-team-prepare-for-test-against-India

ଇଂଲଣ୍ଡ, ଜୁନ୍ ୨୨ (ଖବର ଓଡ଼ିଶା): ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ଜୁଲାଇ ୧ ତାରିଖ ଠାରୁ ଟେଷ୍ଟ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ଲଣ୍ଡନରେ ହେବ । ଏଥି ପାଇଁ ଭାରତୀୟ ଟିମ୍ ଇଂଲଣ୍ଡ ପହଞ୍ଚି ସାରିଛନ୍ତି । ଏହାରି ମଧ୍ୟରେ ଇଂଲଣ୍ଡ ଟିମ୍ ପାଇଁ ଖରାପ ଖବର ଆସିଛି । ଟିମ୍‌ର ଅଧିନାୟକ ବେନ୍ ଷ୍ଟୋକ୍ସ ଏହି ଗୋଟିଏ ଟେଷ୍ଟ ମ୍ୟାଚ୍‌ରୁ ବାଦ୍ ପଡ଼ିପାରନ୍ତି । 

ଇଂଲଣ୍ଡ ଟିମ୍‌କୁ ଜୁନ ୨୩ରୁ ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାର ଶେଷ ତଥା ୩ୟ ଟେଷ୍ଟ ମ୍ୟାଚ ଲିଡ୍‌ସରେ ଖେଳିବାର ଅଛି । ଏଥି ପାଇଁ ଇଂରାଜୀ ଟିମ୍ ଜୋରଦାର ଅଭ୍ୟାସ କରିଛି । କିନ୍ତୁ ମଙ୍ଗଳବାର ଅଭ୍ୟାସ ସମୟରେ ବେନ୍ ଷ୍ଟୋକ୍ସ ପଡ଼ିଆରେ ଦେଖାଯାଇ ନଥିଲେ । ରିପୋର୍ଟ ଅନୁସାରେ ଷ୍ଟୋକ୍ସଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ଯୋଗୁଁ ସେ ଅଭ୍ୟାସ ପାଇଁ ଆସି ନଥିଲେ । ତେବେ ବେନ ଷ୍ଟୋକ୍ସ ଭାରତ ବିପକ୍ଷ ଶୃଙ୍ଖଳାରେ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ । 

 

  • Tags:

Subscribe

National International State Sports Entertainment