ଇତିହାସ ରଚିଲେ ଅଂଶୁ ମଲ୍ଳିକ, ବିଶ୍ବ କୁସ୍ତି ଚମ୍ପିଅନଶିପରେ ଜିତିଲେ ରୌପ୍ୟ ପଦକ
Khabar Odisha:Sports-Wrestling-world-championships-Anshu-Malik-becomes-first-Indian-woman-to-win-silver-medal

ଓସଲୋ, ଅକ୍ଟୋବର ୦୮ (ଖବର ଓଡ଼ିଶା): ଫାଇନାଲରେ ଅଂଶୁ ମଲ୍ଲିକ ଯଦିଓ ପରାଜୟର ଶିକାର ହୋଇଛନ୍ତି, କିନ୍ତୁ ଭାରତର ଏହି ଝିଅ କମାଲ କରିଛନ୍ତି। ସେ ବିଶ୍ବ ଚମ୍ପିଅନଶିପରେ ରୌପ୍ୟ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା କୁସ୍ତୀ ଯୋଦ୍ଧା ହୋଇଛନ୍ତି। ନରୱେରେ ଜାରି ଥିବା ଏହି ପ୍ରତିଯୋଗିତାରେ ୨୦ ବର୍ଷୀୟ ଅଂଶୁ ଅଲିମ୍ପିକ୍ସ ଓ ବିଶ୍ବ ଚମ୍ପିଅନ ହେଲେନ ମରିଲିସକୁ ପରାସ୍ତ କରିଛନ୍ତି। ୫୭ କିଲୋ ଭାରବର୍ଗର ଫାଇନାଲ ମୁକାବିଲାରେ ପହଂଚିବା ପୂର୍ବରୁ ସେ ଜୁନିଅ ୟୁରୋପୀୟ ଚମ୍ପିଅନ ସୋଲୋମିଆ ୱିଙ୍କକୁ ପରାସ୍ତ କରିଥିଲେ। 

ଯଦି ଅଂଶୁ ଫାଇନାଲରେ ବିଜୟୀ ହୋଇଥାନ୍ତେ, ତା’ହେଲେ ସେ ଏହି କାମ କରିବାରେ ପ୍ରଥମ ମହିଳା ଓ ଦ୍ବିତୀୟ ଭାରତୀୟ ହୋଇଥାନ୍ତେ। ଏହା ପୂର୍ବରୁ ଭାରତୀୟ କୁସ୍ତୀ ଯୋଦ୍ଧା ସୁଶୀଲ କୁମାର ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସୁଶୀଲ ୨୦୧୦ରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଆଣିଥିଲେ। 

 

  • Tags:

Subscribe

National International State Sports Entertainment