ତେନ୍ଦୁଲକର-ଗାଙ୍ଗୁଲିଙ୍କ ଓପନିଂ ଯୋଡ଼ି ସବୁଦିନ ପାଇଁ ମନେ ରହିବ: ଆଇସିସି
Khabar Odisha:Sports-Tendulkar-and-I-would-have-scored-4000-more-runs-with-2-new-balls-says-Sourav-Ganguly

ନୂଆଦିଲ୍ଲୀ, ମେ ୧୩ (ଖବର ଓଡ଼ିଶା): ଭାରତୀୟ କ୍ରିକେଟ ଟିମ୍‌ର ଅନ୍ୟତମ ସଫଳ ଯୋଡ଼ି ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି ଓପନର ଭାବେ ୧୭୬ଟି ଇନିଂସ ଖେଳିଛନ୍ତି । ଉଭୟଙ୍କ ବ୍ୟାଟରୁ ୪୭.୫୫ ହାରରେ ୮ ହଜାର ୨୨୭ ରନ୍ ସଂଗୃହୀତ ହୋଇଛି । ସୌରଭ ଗାଙ୍ଗୁଲି ମଙ୍ଗଳବାର କହିଛନ୍ତି, ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚର ତତକାଳୀନ ନିୟମ ଅନୁସାରେ ସଚିନ ଅଧିକ ୪ ହଜାର ରନ୍ ଯୋଡ଼ିପାରିଥାନ୍ତେ । 

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଭାରତୀୟ କ୍ରିକେଟ ଯୋଡ଼ି ତେନ୍ଦୁଲକର ଓ ଗାଙ୍ଗୁଲିଙ୍କୁ ସବୁଦିନ ପାଇଁ ମନେ ରଖିବ । କାରଣ ଏହି ଓପନର ଯୋଡ଼ି ସଫଳ ଥିଲେ । ଟୁଇଟ ଜରିଆରେ ଆଇସିସି କହିଛି, ଅନ୍ୟ କୌଣସି ଓପନର ଯୋଡ଼ି ୬୦୦୦ରୁ ଅଧିକ ରନ ସଂଗ୍ରହ କରିପାରି ନାହିଁ । 

ଆଇସିସି ପକ୍ଷରୁ କରାଯାଇଥିବା ଟୁଇଟର ଉତ୍ତର ଦେଇଛନ୍ତି ସଚିନ ତେନ୍ଦୁଲକର । ସେ କହିଛନ୍ତି, ଆଜିର ଭଳି ନିୟମ ଥିଲେ ଗାଙ୍ଗୁଲି ଆହୁରି ଅଧିକ ରନ ସଂଗ୍ରହ କରିପାରିଥାନ୍ତେ । ସଚିନ ତେନ୍ଦୁଲକରଙ୍କ ଟୁଇଟକୁ ବିସିସିଆଇର ସଭାପତି ଗାଙ୍ଗୁଲି ତୁରନ୍ତ ପ୍ରତିକ୍ରିୟା ଦେଇଛନ୍ତି । 

 

  • Tags:

Subscribe

National International State Sports Entertainment