ବାସ୍କେଟବଲ ଷ୍ଟାର ଖେଳାଳି କୋବି ବ୍ରାୟଣ୍ଟଙ୍କ ସମେତ ୯ ଜଣଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ
Khabar Odisha:Sports-Retired-basketball-and-NBA--legend-Kobe-Bryant-dies-in-helicopter-crash-in-California

କାର୍ଲିଫୋର୍ଣ୍ଣିଆ, ଜାନୁଆରୀ ୨୭ (ଖବର ଓଡ଼ିଶା): ଅବସରପ୍ରାପ୍ତ ବାସ୍କେଟବଲ ଖେଳାଳି କୋବି ବ୍ରାୟଣ୍ଟ (୪୧)ଙ୍କ ରବିବାର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । କାର୍ଲିଫୋର୍ଣ୍ଣିଆର କେଲାବେସସରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ମୋଟ ୯ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଘଟଣା ସଂପର୍କରେ ଜଣାପଡ଼ିବା ପରେ କୋବିଙ୍କ ପ୍ରଶଂସକମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହା ଏକ ଭୟଙ୍କର ଦୁର୍ଘଟଣା ଥିବାରୁ ହେଲିକପ୍ଟରରେ ଯେତେ ଲୋକ ଥିଲେ, ଆଉ କେହି ବଞ୍ଚି ନାହାନ୍ତି । 

ସୂଚନା ଅନୁସାରେ ଘଟଣା ଲସ ଏଞ୍ଜେଲେସରୁ ପାଖାପାଖି ୬୫ କିଲୋମିଟର ଦୂରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କୋବିଙ୍କ ଏହା ଥିଲା ବ୍ୟକ୍ତିଗତ ହେଲିକପ୍ଟର । କୁହାଯାଉଛି ଯେ, ହେଲିକପ୍ଟର ଉଡୁଥିବା ବେଳେ ନିଆଁ ଲାଗିଯାଇଥିଲା । ଫଳରେ ଯାହା ଫଲରେ ଏହା ଆକାଶରେ ବୁଲି ବୁଲି ତଳେ ଖସିପଡ଼ିଥିଲା । ସେତେବେଳକୁ ସମସ୍ତ ଲୋକଙ୍କ ମୃତ୍ୟୁ ହୋଇସାରିଥିଲା । 

ତେବେ ହେଲିକପ୍ଟରରେ ନିଆଁ କେମିତି ଲାଗିଲା, ତାହା ସ୍ପଷ୍ଟ ହୋଇପାରି ନାହିଁ । ଅଧିକାରୀମାନେ ଦୁର୍ଘଟଣାର ତଦନ୍ତ କରୁଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ଲୋକଙ୍କ ପରିଚୟ ମିଳିପାରି ନାହିଁ । ଲୋକପ୍ରିୟ ନ୍ୟାସନାଲ ବାସ୍କେଟବଲ ଆସୋସିଏଶନ (ଏନବିଏ)ରେ ୨୦ ବର୍ଷ ରହି ଏହାରି ମଧ୍ୟରେ କୋବି ୫ ଥର ଚାମ୍ପିଅନ ହୋଇପାରିଥିଲେ । 

 

  • Tags:

Subscribe

National International State Sports Entertainment