ନୂଆଦିଲ୍ଲୀ, ମେ ୧୮ (ଖବର ଓଡ଼ିଶା): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଜସପ୍ରୀତ ବୁମରା ଟି୨୦ କ୍ରିକେଟରେ ଇତିହାସ ରଛିଛନ୍ତି । ବୁମରାଙ୍କ ପୂର୍ବରୁ ଭାରତର କୌଣସି ଦ୍ରୁତ ବୋଲର ଏହି ଉପଲବ୍ଧି କରିପାରି ନାହାନ୍ତି । ସୂଚନାଯୋଗ୍ୟ, ବୁମରାଙ୍କ ବୋଲିଂକୁ ବଡ଼ବଡ଼ ଖେଳାଳି ବହୁ କଷ୍ଟରେ ମୁକାବିଲା କରିପାରନ୍ତି ।
ସୂଚନାଯୋଗ୍ୟ, ଜସପ୍ରୀତ ବୁମରା ଟି୨୦ କ୍ରିକେଟରେ ଭାରତ ତରଫରୁ ୨୫୦ ୱିକେଟ ନେବାରେ ଭାରତର ପ୍ରଥମ ଦ୍ରୁତ ବୋଲର ହୋଇପାରିଛନ୍ତି । ଜସପ୍ରୀତ ବୁମରାଙ୍କ ପୂର୍ବରୁ ଟିମ ଇଣ୍ଡିଆର କୌଣସି ଦ୍ରୁତ ବୋଲର ଏହି ଐତିହାସିକ ରେକର୍ଡ କରିପାରି ନଥିଲେ । ସନରାଇଜର୍ସ ହାଇଦ୍ରାବାଦ ବିରୋଧ ମଙ୍ଗଳବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ୱାଶିଂଟନ ସୁନ୍ଦରଙ୍କୁ ଆଉଟ କରି ବୁମରା ଏହି ରେକର୍ଡ କରିଛନ୍ତି । ସେ ୨୦୬ଟି ଟି୨୦ ମ୍ୟାଚ୍ ଖେଳି ୨୫୦ଟି ୱିକେଟ୍ ହାସଲ କରିଛନ୍ତି । ଟି୨୦ରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ନେଇଛନ୍ତି ରବିଚନ୍ଦ୍ରନ ଅଶ୍ୱିନ । କିନ୍ତୁ ଅଶ୍ୱିନ ସ୍ପିନ ବୋଲିଂ କରନ୍ତି ଓ ସେ ୨୭୪ଟି ୱିକେଟ୍ ନେଇଛନ୍ତି ।