କୃଣାଳ ପାଣ୍ଡ୍ୟା ବାହାର ହେବା ପରେ ଟିମ୍‌ରେ ହେବ ବଡ଼ ପରିବର୍ତ୍ତନ, ଭାରତୀୟ ଏକାଦଶ ଏମିତି ହୋଇପାରେ
Khabar Odisha:Sports-Indias-probable-playing-11-after-Krunal-Pandya-tests-corona-positive

କଲମ୍ବୋ, ଜୁଲାଇ ୨୮ (ଖବର ଓଡ଼ିଶା): ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମ୍‌ର ସଦସ୍ୟ କୃଣାଳ ପାଣ୍ଡ୍ୟା ମଙ୍ଗଳବାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କଲମ୍ବୋସ୍ଥିତ ଆର୍ ପ୍ରେମଦାସା ଷ୍ଟାଡିୟମରେ ଗତକାଲି ରାତି ୮ଟାରୁ ଖେଳାଯିବାକୁ ଥିବା ୨ୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚକୁ ସ୍ଥଗିତ କରାଯାଇଥିଲା । ବହୁ ପ୍ରତିକ୍ଷୀତ ଏହି ମ୍ୟାଚ ଆଜି ଖେଳାଯିବ । କିନ୍ତୁ କୃଣାଳ ପାଣ୍ଡ୍ୟାଙ୍କ ସ୍ଥାନରେ ଭାରତୀୟ ଟିମ ଅନ୍ୟ ଖେଳାଳିଙ୍କୁ ସ୍ଥାନ ଦେବ । 

କୃଣାଳ ପାଣ୍ଡାଙ୍କ ସ୍ଥାନ ନେବା ପାଇଁ ଦଳରେ ଏକାଧିକ ଖେଳାଳି ପ୍ରସ୍ତୁତ ଅଛନ୍ତି । ନିତୀଶ ରାଣା, କୃଷ୍ଣପା ଗୌତମ ଓ ରାହୁଲ ଚହରଙ୍କ ମଧ୍ୟରୁ କେହି ଜଣେ କୃଣାଳ ପାଣ୍ଡ୍ୟାଙ୍କ ସ୍ଥାନ ନେଇପାରନ୍ତି । ମାତ୍ର କୃଷ୍ଣପ୍ପା ଖେଳିବାର ଅଧିକ ସମ୍ଭାବନା ରହୁଛି । ସୂଚନାଯୋଗ୍ୟ, କୃଷ୍ଣପ୍ପା ସ୍ପିନ ବୋଲିଂ କରିବା ସହିତ ବିସ୍ଫୋରକ ବ୍ୟାଟିଂ ମଧ୍ୟ କରିପାରନ୍ତି । ତେଣୁ ତାଙ୍କୁ ଆଜିର ମ୍ୟାଚରେ ଭାରତୀୟ ଚୟନକର୍ତ୍ତା ସୁଯୋଗ ଦେଇପାରନ୍ତି । 

କୋଚ ରାହୁଲ ଦ୍ରାବିଡ଼ ଆଜି ମ୍ୟାଚ ପୂର୍ବରୁ ଦେବଦତ୍ତ ପଡ଼ିକ୍କଲଙ୍କୁ ସୁଯୋଗ ଦେଇପାରନ୍ତି । ପଡିକ୍କଲ ଆଇପିଏଲରେ ବିରାଟ କୋହଲିଙ୍କ ଟିମ ଆରସିବି ପାଇଁ ଭଲ ପ୍ରଦର୍ଶନ କରିଛନ୍ତି । ଦିନିକିଆ ଶୃଙ୍ଖଳାରେ ତାଙ୍କୁ ସୁଯୋଗ ମିଳିପାରି ନାହିଁ । ତେଣୁ ଆଜି ତାଙ୍କୁ ଟି-୨୦ରେ ପଦାର୍ପଣ କରିବାକୁ ସୁଯୋଗ ମିଳିପାରେ । ଇଶନ କିଶନ ଏବଂ ସଂଜୁ ସାମସନଙ୍କୁ ପୁଣି ଥରେ ଅନ୍ତିମ ଏକାଦଶରେ ସ୍ଥାନ ମିଳିପାରେ । ମନୀଷ ପାଣ୍ଡେଙ୍କୁ ମଧ୍ୟକ୍ରମରେ ଆଜି ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନ ମିଳିପାରେ । ସୂଚନାଯୋଗ୍ୟ, ଶିଖର ଧାୱନଙ୍କ ନେତୃତ୍ୱରେ ଭାରତୀୟ ଟିମ ଚଳିତ ଟି-୨୦ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି । ଆଜିର ମ୍ୟାଚ ଜିିତିବା ପାଇଁ ଶତପ୍ରତିଶତ ଉଦ୍ୟମ କରିବ । 

 

  • Tags:

Subscribe

National International State Sports Entertainment