ଆଇପିଏଲ-୨୦୨୦: ଏମଏସ୍ ଧୋନୀଙ୍କ ଚେନ୍ନାଇ ଟିମକୁ ୪୪ ରନରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ
Khabar Odisha:Sports-IPL-cricket-All-round-Delhi-Capitals-beat-Chennai-Super-Kings-by-44-runs-in-IPL-match-in-Dubai

ଦୁବାଇ, ସେପ୍ଟେମ୍ବର ୨୬ (ଖବର ଓଡ଼ିଶା): ଦିଲ୍ଲୀ କ୍ୟାପିଟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୨୦୨୦ର ୭ମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ୪୪ ରନରେ ପରାସ୍ତ କରିଛି । ଏଥି ସହିତ ଦିଲ୍ଲୀ ଟିମ ଲଗାତାର ୨ଟି ମ୍ୟାଚରେ ବିଜୟୀ ହୋଇ ଅଙ୍କ ତାଲିକାର ଶୀର୍ଷରେ ପହଂଚିଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଟସ ହାରି ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିଥିଲା । ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପାଇଥିବା ପୃଥ୍ୱୀ ସଙ୍କ ବିସ୍ଫୋରକ ୬୪ ରନ ବଦଳରେ ଦିଲ୍ଲୀ ୩ଟି ୱିକେଟ ହରାଇ ୧୭୫ ରନ ସଂଗ୍ରହ କରିଥିଲା । ଜବାବରେ ଚେନ୍ନାଇ ଟିମ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଟିମ ୨୦ ଓଭରରେ ୭ୱିକେଟ ହରାଇ ୧୩୧ ରନ କରିଥିଲା । ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୧୫ ରନ କରି ଆଉଟ ହୋଇଥିଲେ । ଦଳ ପାଇଁ ସର୍ବାଧିକ ୪୩ ରନ କରିଥିଲେ ଫାଫ ଡୁପ୍ଲେସିସ । 

ଦ୍ୱିତୀୟ ପାଳିରେ ୧୭୬ ରନ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗସ ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲା । ଅଷ୍ଟ୍ରେଲିଆର ଖେଳାଳି ଶେନ ୱାଟସନ ପ୍ରଥମ ୱିକେଟ ଭାବେ ଦିଲ୍ଲୀର ଶିକାର ହୋଇଥିଲେ । ସେ ୧୪ ରନରେ ଅକ୍ଷର ପଟେଲଙ୍କ ବଲ ସିମରନ ହେଟମେୟରଙ୍କୁ କ୍ୟାଚ ଦେଇଥିଲେ । ଏହା ପରେ ମୁରଲି ବିଜୟ (୧୦) ନର୍ଟଜେ କାଗିସୋ ରାବଡାଙ୍କ ହାତରେ କ୍ୟାଚ କରାଇଥିଲେ । ସେହି ସମୟରେ ଟିମର ସ୍କୋର ୩୪ ରନ ଥିଲା । 

ମନ୍ଥର ଗତିରେ ଖେଳିବା ଏବଂ ଓପନରଙ୍କ ୱିକେଟ ହରାଇବା ପରେ ଚେନ୍ନାଇ ସୁପର କିଙ୍ଗସ ଚାପରେ ପଡ଼ିଯାଇଥିଲା । ଆଶା କରାଯାଉଥିଲା ଯେ, ଧୋନୀ ଠିକ ସମୟରେ ଆସିବେ ଏବଂ ଦଳକୁ ମଜବୁତ କରିବେ । କିନ୍ତୁ ଧୋନୀଙ୍କ ଠାରୁ ମଧ୍ୟ ସେଭଳି କିଛି ଦେଖିବାକୁ ମିଳି ନଥିଲା । 

 

  • Tags:

Subscribe

National International State Sports Entertainment