ଆଇପିଏଲ: ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ହାରିବାର କାରଣ କହିଲେ ରାଜସ୍ଥାନର ଅଧିନାୟକ ଷ୍ଟିଭ ସ୍ମିଥ
Khabar Odisha:Sports-IPL-Steve-Smith-after-Rajasthan-Royals-failed-run-chase-Vs-Delhi-capitals-lost-too-many-wickets-in-clumps

ଦୁବାଇ, ଅକ୍ଟୋବର ୧୫ (ଖବର ଓଡ଼ିଶା): ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ବୁଧବାର ଆଇପିଏଲ ୨୦୨୦ରେ ପୁଣି ଏକ ପରାଜୟ ପରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ଷ୍ଟିଭ ସ୍ମିଥ କହିଛନ୍ତି, ଟିମ ଲଗାତାର ୱିକେଟ ହରାଇଥିଲା । ଏଥିପାଇଁ ଟିମକୁ ହାରିବାକୁ ପଡିଥିଲା । ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନକୁ ୧୬୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା । ରାଜସ୍ଥାନର ସ୍ଥିତି ମଜବୁତ ଥିବା ବେଳେ ଶେଷ ଓଭରରେ ଲଗାତାର ୱିକେଟ ହରାଇବାରୁ ହାରିଥିଲା । 

ମ୍ୟାଚ ପରେ ପୁରସ୍କାର ବିତରଣୀ ସମାରୋହରେ ଷ୍ଟିଭ ସ୍ମିଥ କହିଥିଲେ, ୱିକେଟ ମନ୍ଥର ହୋଇଯାଇଥିଲା । କିନ୍ତୁ ଜୋସ ବଟଲର ଓ ବେନ ଷ୍ଟୋକ୍ସ ଭଲ ଆରମ୍ଭ କରିଥିଲେ । ଏହା ପରେ ସଂଜୁ ସାମସନ ଏବଂ ଷ୍ଟୋକ୍ସ ଭଲ ଭାଗିଦାରୀ ହୋଇପାରିଥିଲେ । ମାତ୍ର ଆମେ ଲଗାତାର ୱିକେଟ ହରାଇଥିବାରୁ ମ୍ୟାଚ ହାରିଥିଲୁ । ଆମର ରନର ଗତି ମନ୍ଥର ଥିଲା । 

ସ୍ମିଥ କହିଥିଲେ, ଆମକୁ ଶେଷ ପର୍ଯ୍ୟନ୍ତ ଯିବାର ଥିଲା । ଏଥି ସହିତ ଜଣେ ଭଲ ବ୍ୟାଟ୍ସମ୍ୟାନର ଆବଶ୍ୟକତା ଥିଲା । କିନ୍ତୁ ଆମର ଖେଳାଳିମାନେ ଲଗାତାର ଆଉଟ ହୋଇଥିଲେ । ସୂଚନାଯୋଗ୍ୟ, ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲରେ ୮ଟି ମ୍ୟାଚ ଖେଳି ମାତ୍ର ୩ଟିରେ ବିଜୟ ହାସଲ କରିଛି । ଫଳରେ ପଏଣ୍ଟ ତାଲିକାରେ ୭ମସ୍ଥାନରେ ରହିଛି । 

    

 

  • Tags:

Subscribe

National International State Sports Entertainment