ଲକ୍ଷ୍ନୌ: ଯୁବ ତାରକା ଶୁଭମନ ଗିଲ୍ଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍ ଦଳ ଆଫଗାନିସ୍ତାନ ବିପକ୍ଷରେ ଏକ ସ୍ମରଣୀୟ ବିଜୟ ହାସଲ କରିଛି। ବୁଧବାର ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭାରତ ଆଫଗାନିସ୍ତାନକୁ ୧୭୦ ରନର ବିଶାଳ ବ୍ୟବଧାନରେ ପରାସ୍ତ କରିଛି। ଏହି ବଡ଼ ବିଜୟ ସହ ମେନ ଇନ୍ ବ୍ଲୁ ଚଳିତ ଦିନିକିଆ ସିରିଜକୁ ମଧ୍ୟ ନିଜ କବଜାକୁ ନେଇଛି। ଏହି ହାଇ-ସ୍କୋରିଂ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୪୦୨ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଜବାବରେ ୪୦୩ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ଆଫଗାନିସ୍ତାନ ଦଳ ୪୪.୩ ଓଭରରେ ମାତ୍ର ୨୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ବ୍ୟାଟିଂ କରିବାକୁ ଆସିପାରି ନଥିଲେ, ଫଳରେ ଆଫଗାନିସ୍ତାନ ୯ ୱିକେଟ୍ ହରାଇ ମ୍ୟାଚ୍ ହାରି ଯାଇଥିଲା।
ଗିଲ୍-ଈଶାନଙ୍କ ଦମଦାର ଶତକ
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଅଧିନାୟକ ଶୁଭମନ ଗିଲ୍ ଏବଂ ୱିକେଟକିପର ବ୍ୟାଟର ଈଶାନ କିଷନ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଗିଲ୍ ମାତ୍ର ୧୧୦ଟି ବଲରୁ ୨୨ଟି ଚୌକା ଓ ୨ଟି ଛକା ସହାୟତାରେ ୧୫୪ ରନର ଏକ ମାରାଥନ୍ ଇନିଂସ ଖେଳିଥିଲେ। ଅନ୍ୟପଟେ ଈଶାନ କିଷନ ମଧ୍ୟ ଆଫଗାନିସ୍ତାନ ବୋଲରଙ୍କୁ ନିର୍ଧୁମ ପ୍ରହାର କରି ୭୯ଟି ବଲରୁ ୧୪ଟି ଚୌକା ଓ ୭ଟି ଛକା ମାରି ୧୨୫ ରନ୍ ସଂଗ୍ରହ କରିଥିଲେ। ଏହି ଦୁଇ ବ୍ୟାଟରଙ୍କ ଶତକ ବଳରେ ଭାରତ ୪୦୦ ରନର ମାଇଲଖୁଣ୍ଟ ପାର୍ କରିଥିଲା।
ରୋହିତ ଶର୍ମା ୪୮ ରନ୍ କରି ଅଳ୍ପକେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିବା ବେଳେ ଶ୍ରେୟସ ଆୟର ୨୬ ରନ୍ ଏବଂ ୱାଶିଂଟନ୍ ସୁନ୍ଦର ୧୯ ରନ୍ କରିଥିଲେ। ଯଶସ୍ୱୀ ଜସୱାଲ ୪ ରନ୍, ପ୍ରିନ୍ସ ଯାଦବ ୫ ରନ୍, ଗୁରନୁର ବରାର, ଅର୍ଶଦୀପ ସିଂ ଓ କୁଲଦୀପ ଯାଦବ ୩ ରନ କରିଥିଲେ। ତେବେ ଷ୍ଟାର୍ ବ୍ୟାଟର କେ.ଏଲ୍ ରାହୁଲ ଏହି ମ୍ୟାଚରେ ଖାତା ଖୋଲିବା ପୂର୍ବରୁ 'ଗୋଲ୍ଡେନ୍ ଡକ୍'ର ଶିକାର ହୋଇଥିଲେ।
୪୦୩ ରନ୍ର ଏକ କଷ୍ଟକର ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ଆଫଗାନିସ୍ତାନ ଦଳ ପ୍ରାରମ୍ଭରୁ ହିଁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା। ଦଳ ପାଇଁ ରହମତ ଶାହ ସର୍ବାଧିକ ୭୯ ରନ୍ କରି ଲଢ଼େଇ କରିଥିଲେ ମଧ୍ୟ ତାହା ଦଳକୁ ଜିତାଇବା ପାଇଁ ଯଥେଷ୍ଟ ନଥିଲା। ଓପନର ସେଦିକୁଲ୍ଲା ଅଟଲ୍ ୪୨ ରନ୍ ଏବଂ ରହମନୁଲ୍ଲା ଗୁରବାଜ ୪୧ ରନ୍ କରିଥିବା ବେଳେ ଇବ୍ରାହିମ ଜାଦ୍ରାନ ୨୧ ରନ୍ ଏବଂ ରାଶିଦ ଖାନ ୧୨ ରନ୍ କରି ଆଉଟ୍ ହୋଇଥିଲେ। ଅଧିନାୟକ ହଶମତୁଲ୍ଲା ଶାହିଦି ମାତ୍ର ୦୪ ରନ୍ କରି ନିରାଶ କରିଥିଲେ।
ଭାରତ ପକ୍ଷରୁ ଘାତକ ବୋଲିଂ କରି ଅର୍ଶଦୀପ ସିଂ ଏବଂ ଗୁରନୁର ବରାର ସର୍ବାଧିକ ୩-୩ଟି ୱିକେଟ୍ ନେଇ ଆଫଗାନିସ୍ତାନର କମର ଭାଙ୍ଗି ଦେଇଥିଲେ। ଏହା ବ୍ୟତୀତ ନିଜର ପଦାର୍ପଣ ମ୍ୟାଚ୍ ଖେଳୁଥିବା ଯୁବ ବୋଲର ପ୍ରିନ୍ସ ଯାଦବ ଚମତ୍କାର ପ୍ରଦର୍ଶନ କରି ୨ଟି ୱିକେଟ୍ ସଫଳତା ପାଇଥିବା ବେଳେ ୱାଶିଂଟନ୍ ସୁନ୍ଦରଙ୍କୁ ୧ଟି ୱିକେଟ୍ ମିଳିଥିଲା।