ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ୪ର୍ଥ ମେଡାଲ, ୱେଟ୍‌ଲିଫ୍‌ଟର ବିନ୍ଦିଆରାଣୀ ଆଣିଲେ ରୌପ୍ୟ ପଦକ
Khabar Odisha:Sports-Commonwealth-Games-2022-Bindyarani-devi-silver-medal-in-55-kg-weightlifting-team-India

ବର୍ମିଂହାମ, ଜୁଲାଇ ୩୧ (ଖବର ଓଡ଼ିଶା): ବର୍ମିଂହାମରେ ଜାରିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ୪ର୍ଥ ପଦକ ହାସଲ ହୋଇସାରିଛି । ବିନ୍ଦିଆରାଣୀ ଦେବୀ ମହିଳା ୱେଟଲିଫ୍ଟିଙ୍ଗର ୫୫ କିଲୋ ଭାରବର୍ଗରେ ଭାରତ ପାଇଁ ରୌପ୍ୟପଦକ ଆଣିଛନ୍ତି । ବିନ୍ଦିଆରାଣୀ ସ୍ନେଚରେ ୮୬ ସ୍କୋର କରିଥିଲେ । ସେ କ୍ଲିନ ଆଣ୍ଡ ଜାର୍କରେ ୧୧୬ ସ୍କୋର କରିଥିଲେ । ଅର୍ଥାତ ତାଙ୍କର ମୋଟ୍ ସ୍କୋର ୨୦୨ କିଲୋର ସ୍କୋର ଥିଲା । ଫଳରେ ତାଙ୍କୁ ରୌପ୍ୟପଦକ ହାସଲ ହୋଇଛି । 

ୱେଟଲିଫ୍ଟିଙ୍ଗରେ ରୌପ୍ୟ ପଦକ ଜତିବାରୁ ବିନ୍ଦିଆରାଣୀ ବହୁତ ଖୁସି ଦେଖାଯାଇଥିଲେ । ସେ କହିଛନ୍ତି ଯେ, ମୁଁ ପ୍ରଥମ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରି ରୌପ୍ୟ ପଦକ ଜିତିଥିବାରୁ ବହୁତ ଖୁସି ଅନୁଭବ କରୁଛି । ଆଜି ମୋ ଜୀବନରେ ସବୁଠାରୁ ଭଲ ଦିନ । ମାତ୍ର ମୋ ହାତରୁ ସ୍ୱର୍ଣ୍ଣ ପଦକ ଖସିଯାଇଛି । ଯେତେବେଳେ ଏହା ମୋର ପୋଡିୟମରେ ଥିଲା, ସେହି ଦମୟରେ ସେଣ୍ଟରରେ ନଥିଲା । ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ ପାଇଁ ଉଦ୍ୟମ କରିବି । 

ସବୁଠାରୁ ବଡ଼ କଥା ହେଲା ଯେ, ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ଭାରତକୁ ଏପର୍ଯ୍ୟନ୍ତ ୪ଟି ପଦକ ମିଳିସାରିଛି । ଟୋକିଓ ଅଲିମ୍ପିକ୍ସର ରୌପ୍ୟ ପଦକ ବିଜୟିନୀ ମୀରାବାଇ ଚାନୁ ୪୯ କିଲୋ ଭାରବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ସଂକେତ ମହାଦେବ ଓ ଗୁରୁରାଜା ପୁଜାରୀ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଭାରତ ପାଇଁ ଆଣିଛନ୍ତି । 

 

  • Tags:

Subscribe

National International State Sports Entertainment