ନିଜକୁ ଆଇପିଏଲରେ କମେଣ୍ଟେଟର ଭାବେ ରଖିବାକୁ ବିସିସିଆଇକୁ ଅନୁରୋଧ କଲେ ସଂଜୟ ମଂଜେରକର
Khabar Odisha:Sanjay-Manjerkar-urges-BCCI-to-keep-himself-as-a-commentator-in-the-IPL
ନୂଆଦିଲ୍ଲୀ, ଜୁଲାଇ ୩୧ (ଖବର ଓଡ଼ିଶା):

ପୂର୍ବତନ ଭାରତୀୟ ବ୍ୟାଟସମାନ ସଂଜୟ ମଂଜେରକର ତାଙ୍କୁ ଭାରତୀୟ ପ୍ରିମିୟର ଲିଗରେ କମେଣ୍ଟ୍ରି କରିବାକୁ ସୁଯୋଗ ଦେବା ନିମନ୍ତେ ଭାରତୀୟ କ୍ରିକେଟ ବୋର୍ଡକୁ ଅନୁରୋଧ କରିଛନ୍ତି । ପୂର୍ବରୁ କିଛି ଜଣ ଭାରତୀୟ ଖେଳାଳିଙ୍କ ବେପାରୁଆ ମନ୍ତବ୍ୟ ଦେଇଥିବାରୁ ବିସିସିଆଇ ତାଙ୍କୁ ଏହି ବର୍ଷ ମାର୍ଚ୍ଚ ମାସରେ କମେଣ୍ଟ୍ରି ପ୍ୟାନେଲରୁ ବହିଷ୍କାର କରିଥିଲା ।

ତେବେ ପୁଣି ଥରେ ତାଙ୍କୁ କମେଣ୍ଟ୍ରି କରିବା ନିମନ୍ତେ ସୁଯୋଗ ଦେବାକୁ ସେ ବିସିସିଆଇକୁ ଅନୁରୋଧ କରିଛନ୍ତି । ଏହା ସହ ବିସିସିଆଇ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଇଡଲାଇନକୁ ମାନି ସେ କାର୍ଯ୍ୟ କରିବେ ବୋଲି ବିସିସିଆଇକୁ ଇ-ମେଲ ଜରିଆରେ ଜଣାଇଛନ୍ତି ।

ତେବେ ଭାରତୀୟ କ୍ରିକେଟ ବୋର୍ଡର ଜଣେ ଅଧିକାରୀଙ୍କ ମତରେ ମଂଜେରକର ଯେଉଁ ଭୁଲ କରିଥିଲେ ତାଙ୍କୁ କ୍ଷମା ଦିଆ ହୋଇସାରିଛି । ତେବେ ବିସିଆଇର କମେଣ୍ଟ୍ରି ପ୍ୟାନେଲରେ ତାଙ୍କୁ ସୁଯୋଗ ଦିଆଯିବ କି ନାହିଁ ସେ ନିଷ୍ପତ୍ତି ନେବେ ବିସିସିଆଇର ପ୍ରେସିଡେଣ୍ଟ ସୌରଭ ଗାଙ୍ଗୁଲି ଏବଂ ସେକ୍ରେଟେରୀ ଜୟ ଶାହା ।

  • Tags:

Subscribe

National International State Sports Entertainment