କୋଲକାତା: ବିଶ୍ୱର ସବୁଠୁ ବଡ କ୍ରିକେଟ୍ ଲିଗ୍ ଆଇପିଏଲର ଶୁଭାରମ୍ଭ ହୋଇ ସାରିଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭ ହୋଇଥିବା ଆଇପିଏଲର ଉଦଘାଟନୀ ମ୍ୟାଚରେ ବାଜି ମାରି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) । ପ୍ରଥମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର)କୁ ୭ ୱିକେଟରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି ଆରସିବି । ଅନ୍ୟପଟେ ପରାଜୟ ସହ ଡିଫେଣ୍ଡି ଂ ଚାମ୍ପିଅନ କେକେଆର ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ।
ପ୍ରଥମେ ବ୍ୟାଟିଂ କରିଥିବା କେକେଆର ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ୫୬ ରନ ଓ ସୁନିଲ ନାରିନଙ୍କ ୪୪ ରନ ବଳରେ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୧୭୪ କରିଥିଲା । ଜବାବରେ ଫିଲିପ ସଲ୍ଟଙ୍କ ୫୬ ରନ ଓ ବିରାଟ କୋହଲିଙ୍କ ୫୯ ରନ ବଳରେ ଆରସିବି ୩ ୱିକେଟ୍ ହରାଇ ୧୬.୨ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି ।
୧୭୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଆରସିବିକୁ ଫିଲିପ୍ ସଲ୍ଟ ଓ ବିରାଟ କୋହଲି ଦମଦାର ଆରମ୍ଭ ଦେଇଥିଲେ । ଦୁଇ ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୮.୩ ଓଭରରେ ୯୫ ରନ ଯୋଡି ଦଳ ବିଜୟରେ ମୁଳଦୁଆ ପକାଇଥିଲେ । ସଲ୍ଟ ବିସ୍ଫୋରକ ବ୍ୟାଟିଂ କରି ୩୧ ବଲରୁ ୯ ଚୌକା ଓ ୨ ଛକା ସହ ୫୬ ରନ କରିଥିଲେ । ଏହା ପରେ ଦେବଦତ୍ତ ପାଡିକଲ ୧୦ ରନ କରି ଆଉଟ୍ ହୋଇଥିଲେ । ଅନ୍ୟପଟେ ବିରାଟ କୋହଲି ଇନିଂସ ସମ୍ଭାଳିଥିଲେ । ଅଧିନାୟକ ରଜତ ପାଟିଦାର ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୬ ବଲରୁ ୩୪ ରନ ବିସ୍ଫୋରକ ଇନିଂସ ଖେଳିଥିଲେ । କୋହଲି ୫୯ ରନର ଇନିଂସ ଖେଳି ଅପରାଜିତ ଥିଲେ । ଲିୟାମ ଲିଭିଙ୍ଗଷ୍ଟୋନ ୧୫ ରନ କରି ଅପରାଜିତ ଥିଲେ ।