ସିଡନୀ, ଜାନୁଆରୀ ୧୧ (ଖବର ଓଡ଼ିଶା):
ଟେଷ୍ଟ କ୍ରିକେଟରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଭାରତୀୟ ବ୍ୟାଟସମାନ ଚେତେଶ୍ୱର ପୂଜାରା । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଭାରତ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ତୃତୀୟ ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି ପୂଜାରା । ଏହି ମ୍ୟାଚର ପ୍ରଥମ ଇଂନିସରେ ୫୦ ଏବଂ ଦ୍ୱିତୀୟ ଇଂନିସରେ ୭୭ ରନ କରି ସେ ଟେଷ୍ଟ କ୍ରିକେଟରେ ୬୦୦୦ ରନ ଅତିକ୍ରମ କରିଛନ୍ତି । ଏହି ମାଇଲଖୁଣ୍ଟ ଅତିକ୍ରମ କରିବା ନିମନ୍ତେ ତାଙ୍କୁ ୮୦ ଟି ଟେଷ୍ଟ ଏବଂ ୧୩୪ ଟି ଇଂନିସ ସମୟ ଲାଗିଛି । ବର୍ତ୍ତମାନ ଟେଷ୍ଟ ଖେଳୁଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ କେବଳ ଅଧିନାୟକ ବିରାଟ କୋହଲି ଚେତେଶ୍ୱର ପୂଜାରାଙ୍କ ଠାରୁ ଅଧିକ ରନ କରିଛନ୍ତି ।