ଭାରତ ପାଇଁ ବିଶ୍ୱକପ ଖେଳିବା ଏକ ସ୍ୱପ୍ନ ସଦୃଶ- ଅମରଜିତ ସିଂ
Khabar Odisha:Playing-for-India-in-world-cup-like-dream---Amarjit-Singh
ନୂଆଦିଲ୍ଲୀ, ଜୁନ 29 (ଖବର ଓଡ଼ିଶା):


ଭାରତ ପାଇଁ ବିଶ୍ୱକପ ଖେଳିବା ଏକ ସ୍ୱପ୍ନ ସଦୃଶ ବୋଲି କହିଛନ୍ତି ଫୁଟବଲ ଷ୍ଟାର ଅମରଜିତ ସିଂ କିୟାମ । ୨୦୧୭ ମସିହାରେ ଭାରତ ପାଇଁ ୧୭ ବର୍ଷରୁ କମ ଫୁଟୁବଲ ବିଶ୍ୱକପରେ ପ୍ରତିନିଧିତ୍ୱ କରିସାରିଛନ୍ତି ଏହି ୧୯ ବର୍ଷିୀୟ ଫୁଟବଲ ଷ୍ଟାର । ତେବେ ଏହି ବିଶ୍ୱକପରେ ଭାରତ ଗ୍ରୁପ ପର୍ଯ୍ୟାୟରୁ ହାରି ବିଦାୟ ନେଇଥିଲା । 


ଅମରଜିତ ଜଣେ ସାଧାରଣ ଜୀବନଯାପନ କରୁଥିବା ଫୁଟବଲ ଖେଳାଳି । କିନ୍ତୁ ସେ ସର୍ବଦା ନିଜର ଲକ୍ଷ୍ୟ ଉଚ୍ଚ ରଖିଥାନ୍ତି । ୨୦୧୭ ମସିହାରେ ସେ ୧୭ ବର୍ଷରୁ କମ ଫୁଟୁବଲ ବିଶ୍ୱକପ ଖେଳିବା ପାଇଁ ଭାରତୀୟ ଦଳରେ ସ୍ଥାନ ପାଇବା ପରେ ତାଙ୍କ ଜୀବନରେ ପରିବର୍ତ୍ତନ ଆରମ୍ଭ ହୋଇଥିଲା ଏବଂ ଏହାପରେ ଆଉ ପଛକୁ ଚାହିଁନାହାନ୍ତି ଏହି ଖେଳାଳି ।


ବର୍ତ୍ତମାନ ଭାରତୀୟ ସୁପର ଲିଗରେ ଏହି ଖେଳାଳି ଜାମସେଦପୁର ଫୁଟବଲ କ୍ଲବ ପାଇଁ ଖେଳୁଛନ୍ତି । ଭାରତୀୟ ସିନିୟରେ ଦଳ ପାଇଁ ଭଲ ପ୍ରଦର୍ଶନ କରିବା ସହ ବିଶ୍ୱକପ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଅମରଜିତ ।

  • Tags:

Subscribe

National International State Sports Entertainment