ବାମ ହାତୀ ବ୍ୟାଟସମାନ ହୋଇଥିବାରୁ ପନ୍ଥକୁ ବେଶି ସୁଯୋଗ ମିଳୁଛି - ବିଜୁ ଜର୍ଜ
Khabar Odisha:Pant-grabbed-many-chances-due-to-left-hand-batsman
ନୂଆଦିଲ୍ଲୀ, ଅଗଷ୍ଟ ୦୧ (ଖବର ଓଡ଼ିଶା):

ଭାରତୀୟ ଦଳର ଯୁବ ୱିକେଟ କିପର ବ୍ୟାଟସମାନ ରିଷଭ ପନ୍ଥ ବାମହାତି ବ୍ୟାଟସମାନ ହୋଇଥିବାରୁ ତାଙ୍କୁ ଭାରତୀୟ ଦଳରେ ଅଧିକ ସୁଯୋଗ ମିଳୁଛି ବୋଲି କହିଛନ୍ତି କେରଳ ଟିମର ୱିକେଟ କିପର ସଂଜୁ ସାମସନଙ୍କ କୋଚ ବିଜୁ ଜର୍ଜ. 

ବିଜୁଙ୍କ ମତରେ ଭାରତୀୟ ଦଳରେ ବାମହାତି ବ୍ୟାଟସମାନ ମାନଙ୍କ ସଂଖ୍ୟା କମ ରହିଛି. ଦଳରେ ବାମହାତୀ ବ୍ୟାଟସମାନଙ୍କ ଆବଶ୍ୟକ ଥିବାରୁ ପନ୍ଥଙ୍କୁ ବହୁ ସୁଯୋଗ ମିଳୁଛି. 

ଅନ୍ୟ ପକ୍ଷରେ ସାମସନ ଧୀରେ ଧୀରେ ତାଙ୍କ ଫିଟନେସ ସୁଧରିବା ଦିଗରେ କାମ କରୁଛନ୍ତି. ଏହା ତାଙ୍କର ଖେଳରେ ବହୁ ସହାୟକ ହେବ ବୋଲି ବିଜୁ ମତ ଦେଇଛନ୍ତି. ଏହା ସହ ଲେଗ ସ୍ପିନର ଏବଂ ବାମହାତୀ ସ୍ପିନରଙ୍କ ବିରୋଧରେ ଆକ୍ରମଣ କରିବାକୁ ବାମହାତି ବ୍ୟାଟସମାନ ଆବଶ୍ୟକ କରୁଛି ଟିମ ଇଣ୍ଡିଆ. ତେଣୁ ପନ୍ଥଙ୍କୁ ବେଶି ସୁଯୋଗ ମିଳୁଛି. 

ଅନ୍ୟ ପକ୍ଷରେ ସଞ୍ଜୁ ସାମସନ ମଧ୍ୟ ଭାରତୀୟ ଦଳର ୱିକେଟ କିପର ବ୍ୟାଟସମାନ ପାଇଁ ଅନ୍ୟ ଏକ ଦାବିଦାର. ତାଙ୍କ ନିକଟରେ ବହୁ ପ୍ରତିଭା ରହିଛି ମାତ୍ର ମିଳୁଥି୍ୱା ସୁଯୋଗ ସଦୁପଯୋଗ କରିପାରୁନାହାନ୍ତି ସାମସନ. ୨୦୨୦ ରେ ସାମସନଙ୍କୁ ତିନୋଟି ଟି - ଟ୍ୱେଣ୍ଟି ମ୍ୟାଚରେ ସୁଯୋଗ ମିଳିଥିଲେ ମଧ୍ୟ ରନ କରିବାରେ ବିଫଳ ହୋଇଥିଲେ. ତିନୋଟି ମ୍ୟାଚରୁ ସାମସନ ୬, ୮ ଏବଂ ୨ ରନ ସ୍କୋର କରିଛନ୍ତି.

  • Tags:

Subscribe

National International State Sports Entertainment