କଟକ: ଓଡିଶା କ୍ରିକେଟ୍ ଆସୋସିଏସନ(ଓସିଏ)ର ସଭାପତି ହେବେ ପଙ୍କଜ ଲୋଚନ ମହାନ୍ତି । ଆସନ୍ତା ୨୩ରେ କାଉନସିଲ୍ ନିର୍ବାଚନ ହେବାକୁ ଥିବା ବେଳେ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ପଙ୍କଜ। କେବଳ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା କରାଯାଇଛି। ପଙ୍କଜ ବର୍ତ୍ତମାନ ଓସିଏର କାର୍ୟ୍ୟକାରୀ ସଭାପତି ଅଛନ୍ତି।
ସୂଚନାଯୋଗ୍ୟ, ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ପଦ ଖାଲିପଡିଥିଲା। କାମଚଳା ସଭାପତି ଭାବରେ ଓସିଏର ଉପ ସଭାପତି ପଙ୍କଜ ଲୋଚନ ମହାନ୍ତି ଦ୍ବାୟିତ୍ବ ତୁଲାଉଥିଲ। ୨୦୨୨ ଅକ୍ଟୋବର ୨୮ରେ ଓସିଏ ସଭାପତି ଭାବରେ ପ୍ରଣବ ପ୍ରକାଶ ଦାସ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ୨୦୧୯ରୁ ୨୦୨୨ ପର୍ୟ୍ୟନ୍ତ ପଙ୍କଜ ଲୋଚନ ମହାନ୍ତି ଓସିଏର ସଭାପତି ଥିଲେ।
ଉଲ୍ଲେଖନୀୟ, ନିକଟରେ ସଂପନ୍ନ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟକୁ ନେଇ ନୂଆ ଅପବାଦ ମୁଣ୍ଡାଇଛି ବାରବାଟୀ ଷ୍ଟାଡିୟମ । ଗୋଟିଏ ଫ୍ଲଡ ଲାଇଟ୍ ବନ୍ଦ ହେବାରୁ ପାଖାପାଖି ୩୦ ମିନିଟ୍ ଯାଏଁ ଖେଳ ବନ୍ଦ ରହିଥିଲା । ଏଥିରେ ଓଡିଶା ସହିତ ଓସିଏକୁ ନିନ୍ଦିତ ହେବାକୁ ପଡିଛି । ତେଣୁ ବର୍ତ୍ତମାନ ଥିବା ଓସିଏ କାଉନସିଲକୁ ଭାଙ୍ଗିବାକୁ ଦାବି ଉଠିଛି ।