୧୩ ତମ ହୁଇଲ ଚେୟାର ଫେନସିଂ ଚାମ୍ପିୟନସିପରେ ଇତିହାସ ରଚିଲା ଓଡିଶା ଦଳ
Khabar Odisha:Odisha-team-made-history-at-13th-Wheelchair-Fencing-Championships
ଭୁବନେଶ୍ୱର, ଏପ୍ରିଲ 1 (ଖବର ଓଡିଶା) :

ଚଳିତ ମାସ 28-29 ହରିୟାନା ର କର୍ଣ୍ଣଲ ଠାରେ ଶେଷ ହେଇ ଥିବା ୧୩ତମ ହୁଇଲ  ଚେୟାର ଫେନସିଂ ଚାମ୍ପିୟନସିପ୍ ରେ ଓଡିଶା ଦଳ ୯ସ୍ୱର୍ଣ୍ଣ, ୮ରୋପ୍ୟ, ୭ କାଂସ୍ୟ ପଦକ ସହ ମୋଟ ୨୪ ପଦକ ହାସଲ କରି  ଇତିହାସ ରଚନା କରିଛି.  ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟ ଏପରି ସଫଳତା ପାଇ ନାହିଁ ବୋଲି ଦଳର ବରିଷ୍ଠ ଖେଳାଳି ରମେଶ ରାଓ ପ୍ରକାଶ କରିଛନ୍ତି. ଏହି ସଫଳତା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟରରେ ଅଭିନନ୍ଦନ ଜଣାଇଛନ୍ତି. ଏବଂ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିଛି ଏବଂ ସଂଘ ର ସଭାପତି କମଳା କାନ୍ତ ରଥ, ଉପ ସଭାପତି ଚିତ୍ତରଞ୍ଜନ ବୈରିସାଲ, ସାଫକ୍ୟୁ ଆଫତାବ୍, ସମ୍ପାଦକ ଲୋକନାଥ ମହାନ୍ତି, କୋଷାଧକ୍ଷ ସୁନୀଲ ପ୍ରଧାନ, ଶୁଭଶ୍ରୀ ବାରିକ, ତନୁଜା ମହାନ୍ତି ଏବଂ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଦଳକୁ ଉତ୍ସାହିତ କରିଥିଲେ.

  • Tags:

Subscribe

National International State Sports Entertainment