ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳ ରଚିଛି ଇତିହାସ । ଦେଖାଇ ଦେଲେ ଯେ ଏହା ନୂଆ ଭାରତର ଝିଅ । ମହିଳା ବିଶ୍ୱକପ୍ ୨୦୨୫ର ସେମି ଫାଇନାଲରେ ଟିମ୍ ଇଣ୍ଡିଆ ଡିଫେଣ୍ଡିଂ ଚାମ୍ପିଅନକୁ ହରାଇଛି । ଅଷ୍ଟ୍ରେଲିଆ ହେଉଛି ସାତ ଥରର ବିଶ୍ୱ ଚାମ୍ପିଅନ ଏବଂ ୮ ବର୍ଷରେ ପ୍ରଥମ ଥର ମୁକାବିଲା ହାରିଛି । ଭାରତୀୟ ମହିଳା କ୍ରିକେଟ୍ ଦଳ  ମହିଳା ବିଶ୍ୱକପ ଇତିହାସରେ ସବୁଠୁ ବଡ ବିଜୟ ଲକ୍ଷ୍ୟ ପିଛା କରି ବିଶ୍ୱ ରେକର୍ଡ କରିଛି । ଜେମିମାଙ୍କ ଶତକ ଓ ହରମନପ୍ରୀତଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ୩୩୯ ରନର ବିଶାଳ ସ୍କୋର ପିଛା କରି ୫ ୱିକେଟରେ ମ୍ୟାଚ୍ ଜିତି ନେଇଛି । 
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ  କୌଣସି   ବି ଦଳ ମହିଳା ବିଶ୍ୱକପ ଇତିହାସର ନକଆଉଟରେ ୨୫୦ରୁ ଅଧିକ ବିଜୟ ଲକ୍ଷ୍ୟ ପିଛା କରି ମ୍ୟାଚ୍ ଜିତି ପାରି ନାହାନ୍ତି । ମାତ୍ର ମହିଳା କ୍ରିକେଟ୍ ଦଳ କେବଳ ୨୫୦ ରନ ନୁହେଁ ବରଂ ୩୩୯ ରନର ବିଶାଳ ସ୍କୋର ପିଛା କରି ବିଶ୍ୱ ରେକର୍ଡ ନିଜ ନାଁରେ କରିଛି । ଏହା ସହିତ ସ୍ପଷ୍ଟ ହୋଇଗଲା ଯେ, ଏଥର ବିଶ୍ୱକପରେ ନୂଆ ଚାମ୍ପିଅନ ମିଳିବ । କାରଣ ଭାରତ ଓ ଦକ୍ଷିଣ ଆଫ୍ରିକା କେବେ ବି ଦିନିକିଆ ବିଶ୍ୱକପ ଜିତି ନାହାନ୍ତି । ଭାରତୀୟ ଦଳ ତୃତୀୟ ଥର ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ଦୁଇଟି ଫାଇନାଲରେ ଦଳ ପରାଜିତ ହୋଇଛି ।
ଉହିଳା ଦିନିକିଆ କ୍ରିକେଟ୍ ଇତିହାସରେ ୩୩୯ ରନ ସବୁଠୁ ବଡ ରନ ଚେଜ । ଚଳିତ ବିଶ୍ୱକପରରେ ଅଷ୍ଟ୍ରେଲିଆ ୩୩୧ ରନର ବିଜୟ ଲକ୍ଷ୍ୟ ପିଛା କରି ବିଶ୍ୱ ରେକର୍ଡ କରିଥିଲା । ଆଉ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ହିଁ ଏହା ହାସଲ କରିଥିଲା । ଆଉ ଏବେ ଏହି ବିଶ୍ୱ ରେକର୍ଡକୁ ଭାରତ ଅଷ୍ଟ୍ରେଲିଆ ହାତରୁ ଛଡାଇ ନେଇଛି । ଶ୍ରୀଲଙ୍କା ୩୦୦ ପ୍ଲସ ରନ ଚେଜ୍ କରିଛି । ଭାରତୀୟ ଦଳ ମଧ୍ୟ ନିଜ ଇତିହାସରେ ପ୍ରଥମ ଥର ଦ୍ୱିତୀୟ ଇନିଂସରେ ଏତେ ରନ କରିଛି । 
Also read: ଶ୍ରେୟସଙ୍କ ଆଘାତ ଟିମ ଇଣ୍ଡିଆକୁ ଦେଲା ବଡ ଝଟକା, ଏତିକି ମାସ କ୍ରିକେଟରୁ ଦୂରେଇ ରହିବେ ସରପଞ୍ଚ ସାହାବ