ନୂଆଦିଲ୍ଲୀ: ମହିଳା ବିଶ୍ୱକପ୍ ୨୦୨୫ର ଦ୍ୱିତୀୟ ସେମିଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ଗୁରୁବାର ଉଭୟ ଦଳର ଖେଳାଳୀମାନେ ହାତରେ କଳାପଟି ବାନ୍ଧି ପଡ଼ିଆକୁ ଓହ୍ଲାଇଛନ୍ତି । ଅଷ୍ଟ୍ରେଲିଆର ଯୁବ କ୍ରିକେଟର ବେନ୍ ଅଷ୍ଟିନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଉଭୟ ଦଳର ଖେଳାଳିମାନେ ହାତରେ କଳା ପଟି ପିନ୍ଧିଛନ୍ତି ।
ଗତ ମଙ୍ଗଳବାର ଦିନ ମେଲବୋର୍ଣ୍ଣରେ ଫର୍ନଟ୍ରି ଗଲି ଭ୍ୟାଲି ଟିଉ ରିଜର୍ଭ ଗ୍ରାଉଣ୍ଡରେ ଅଭ୍ୟାସ ସମୟରେ ବ୍ୟାଟିଂ କରୁଥିବାବେଳେ ଅଷ୍ଟିନଙ୍କ ବେକରେ ବଲ ଲାଗିଥିଲା । ଫଳରେ ୧୭ବର୍ଷୀୟ କ୍ରିକେଟର ବେନ୍ ଅଷ୍ଟିନ୍ଙ୍କ ଅକାଳ ବିୟୋଗ ହୋଇଥିଲା ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମହିଳା ବିଶ୍ୱକପ୍ ସେମିଫାଇନାଲ ଆଜି ଖେଳାଯାଉଛି । ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତୀୟ ଟିମରେ ସ୍ମୃତି ମନ୍ଧାନା, ଶେଫାଲି ବର୍ମା, ହରମନପ୍ରୀତ କୌର (ଅଧିନାୟିକା), ଜେମିମାହ ରଡ୍ରିଗ୍ସ, ଦୀପ୍ତି ଶର୍ମା, ଅମନଜୋତ କୌର, ରିଚା ଘୋଷ (ୱିକେଟକିପର), ରାଧା ଯାଦବ କ୍ରାନ୍ତି ଗୌଡ଼, ଶ୍ରୀ ଚରଣୀ ଏବଂ ରେଣୁକା ଠାକୁର ରହିଛନ୍ତି ।