ଦୋହା ଡାଇମଣ୍ଡ ଲିଗ୍ ଜିତି ବିଜୟ ଅଭିଯାନ ଆରମ୍ଭ କଲେ ନୀରଜ ଚୋପ୍ରା
Khabar Odisha:Neerajchopra-wins-in-doha-diamond-leadge-2023
ଖବର ଓଡିଶା : 06/05/2023:

ଟୋକିଓ ୨୦୨୦  ଅଲିମ୍ପିକ୍ ଜାଭେଲିନ୍ ଥ୍ରୋ ଚାମ୍ପିଅନ୍ ନୀରଜ ଚୋପ୍ରା ଶୁକ୍ରବାର ଦିନ ଏଠାରେ କାତାର ସ୍ପୋର୍ଟସ କ୍ଲବରେ ପ୍ରଥମ ପ୍ରୟାସରେ ୮୮ .୬୭  ମିଟର ପର୍ଯ୍ୟନ୍ତ ଜାଭଲୀନ ଫିଙ୍ଗି  ଦୋହା ଡାଇମଣ୍ଡ ଲିଗ୍ ୨୦୨୩  ଜିତି ନିଜର ବିଜୟ ଅଭିଯାନ ଆରମ୍ଭ କରିଛନ୍ତି । ଏହି ପ୍ରତିଯୋଗିତାରେ ନୀରଜଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଟୋକିଓ ଅଲମ୍ପିକରେ କାଂସ୍ୟ ପଦକ ବିଜେତା ଜ୍ୟାକବ ୱଡ଼ଲେଜ । ମ୍ୟାଚରେ ନୀରଜ ପ୍ରଥମ ପ୍ରୟାସରେ ୮୮.୬୭ ଦୂରତାକୁ ଜାଭଲୀନ ଫିଙ୍ଗିଥିଲେ,ଦ୍ୱିତୀୟ ପ୍ରୟାସରେ ୮୬.୦୪  ମିଟର,ତୃତୀୟ  ପ୍ରୟାସରେ ୮୫.୪୭ ମିଟର ଦୂରତାକୁ ଜାଭଲୀନ ଫିଙ୍ଗି ଥିଲେ । ତେବେ ଚତୁର୍ଥ ପ୍ରୟାସରେ ଫାଉଲ ହୋଇଥିଲା । ପଞ୍ଚମଥର ୮୫ .୩୭  ମିଟର ଓ ଷଷ୍ଠଥର ୮୬ .୫୨  ମିଟର ଜାଭଲୀନ ଫିଙ୍ଗି ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇଦେଇଥିଲେ ।  ଗତଥର ଆହତ କାରଣରୁ ନୀରଜ ଦୋହା ଡାଇମଣ୍ଡ ଲିଗ୍ ଭାଗ ନେଇପାରି ନଥିଲେ । 

ଦୋହା ଡାଇମଣ୍ଡ ଲିଗରେ ପ୍ରଥମ ସ୍ଥାନ ପାଇଁ  ଅଲିମ୍ପିକ୍ ଚାମ୍ପିଅନ୍ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି: “ବର୍ଷର ପ୍ରଥମ ଘଟଣା ଏବଂ ପ୍ରଥମ ପଦ !୮୮ .୬୭ ମିଟରର ୱାର୍ଲ୍ଡ ଲିଡ୍ ଥ୍ରୋ ସହିତ ନୀରଜ ଚୋପ୍ରା ଦୋହା ଡାଇମଣ୍ଡ ଲିଗରେ ଉଜ୍ଜ୍ୱଳିତ । ତାଙ୍କୁ ଅଭିନନ୍ଦନ! ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା। " 

Subscribe

National International State Sports Entertainment