IPL 2020 ନିଲାମି ପୂର୍ବରୁ ବାଦ ପଡିଲେ 639 ଖେଳାଳି, ଭାରତୀୟଙ୍କ ମଧ୍ୟରେ ଉଥପ୍ପା ସବୁଠାରୁ ଦାମୀ
Khabar Odisha:National-news-cricket-ipl-2020-auction-971-players-trimmed-to-332-robin-uthappa-highest-base-price-indian
ନୂଆଦିଲ୍ଲୀ, ଡିସେମ୍ବର ୧୨(ଖବର ଓଡ଼ିଶା):

ଆଇପିଏଲ 2020ର ନିଲାମି ପାଇଁ 332 ଖେଳାଳି ଚୂଡାନ୍ତ ତାଲିକାରେ ସ୍ଥାନ ପାଇଛନ୍ତି । ନିଲାମି ଆସନ୍ତା ଡିସେମ୍ୱର 19 ତାରିଖରେ କୋଲକତା ହେବ ।  ଏହା ପୂର୍ବରୁ ଆଇପିଏଲର ନିଲାମି ପାଇଁ 971 ଖେଳାଳିଙ୍କୁ ଦିଆଯାଇଥିଲା । ଏଥିରୁ 639 ଜଣ ଖେଳାଳିଙ୍କ ନାଁକୁ ବାଦ ଦିଆଯାଇଛି । ଚୂଡାନ୍ତ ସୂଚୀରେ ସ୍ଥାନ ପାଇଥିବା ସମସ୍ତ ଖେଳାଳିଙ୍କ ନାଁକୁ ଆଇପିଏଲର ସବୁ ଟିମ ପାଖକୁ ପଠାଯାଇଛି । ଏହି ଲିଷ୍ଟରେ 19 ଜଣ ଭାରତୀୟ ଅନକ୍ୟାପଡେ ( ଯେଉଁମାନେ ଅନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି) ଏବଂ 24 ଜଣ ନୂଆ ଖେଳାଳି ସାମିଲ ଅଛନ୍ତି । ଭାରତୀୟ ଖେଳାଳିଙ୍କ ମଧ୍ୟରେ ରବିନ ଉଥପ୍ପା ସବୁଠାରୁ ଦାମୀ ଖେଳାଳି । ସେ ନିଜର ବେସ ପ୍ରାଇସ 1.5 କୋଟି ଟଙ୍କା ରଖିଛନ୍ତି ଅର୍ଥାତ ବୋଲିର ଆରମ୍ଭ 1.5 କୋଟି ଟଙ୍କାରୁ ଆରମ୍ଭ ହେବ । ଗତ ଦୁଇ ସିଜିନର ସବୁଠାରୁ ମହଙ୍ଗା ଖେଳାଳି ଜୟଦେବ ଉନାଦକଟଙ୍କ ବସେ ପ୍ରାଇସ 1 କୋଟି ଟଙ୍କା । ଆଇପିଏଲ 2020ର ନିଲାମି ପୂର୍ବାପେକ୍ଷା ଛୋଟ । ଚଳିତଥର ଟିମ ଗୁଡିକ ପାଖରେ କେବଳ 73ଟି ଖେଳାଳିଙ୍କ ସ୍ଥାନ ଖାଲି ରହିଛି । 

ବିଶେଷଜ୍ଞଙ୍କ କହିବା ଅନୁସାରେ ଗ୍ଲେନ ମେକ୍ସୱେଲଙ୍କ ପାଇଁ ଟିମ ଗୁଡିକ ମୋଟା ଟଙ୍କା ଖର୍ଚ୍ଚ କରି ପାରନ୍ତି । ତାଙ୍କର ବେସ ପ୍ରାଇସ 2 କୋଟି ଟଙ୍କା ରହିଛି । ନିଜର ଧୁଆଁଧାର ବ୍ୟାଟିଂ, ଫିଲ୍ଡିଂ, ବୋଲିଂ ପାଇଁ ଯେକୌଣସି ଟିମ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି । ମେକ୍ସୱେଲଙ୍କ ସହ ଆଏନ ମାର୍ଗନ ଏବଂ ଦ୍ରୁତ ବୋଲର ପେଟ କମିନ୍ସଙ୍କ ଉପରେ ମୋଟା ଟଙ୍କା ଖର୍ଚ୍ଚ ହୋଇପାରେ । 

ନିଲାମି ସମୟରେ ପ୍ରଥମ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କ ଉପରେ ବୋଲି ଲାଗିବ ଏହାପରେ ଅନକ୍ୟାପଡେ ଖେଳାଳିଙ୍କ ପାଳି ଆସିବ । ସୂଚନା ଅନୁସାରେ ନିଲାମି ପ୍ରକ୍ରିୟା ସକାଳ 10ଟାରୁ ଆରମ୍ଭ ହେବ । କିନ୍ତୁ ଖବର ଏହା ମଧ୍ୟ ରହିଛି ଯେ ପ୍ରାଇମ ଟାଇମକୁ ଟାର୍ଗେଟ କରିବା ପାଇଁ ବିସିସିଆଇ ଏବଂ ବ୍ରଡକାଷ୍ଟରଙ୍କ ମଧ୍ୟ ଆଲୋଚନା ଜାରି ରହିଛି । 

Subscribe

National International State Sports Entertainment