ନ୍ୟାସନାଲ ହେରାଲ୍ଡ ମାମଲା: ୟଙ୍ଗ ଇଣ୍ଡିଆନ୍ କାର୍ଯ୍ୟାଳୟ ସିଲ୍‌, ଆଜି ସଂସଦରେ ପ୍ରସଙ୍ଗ ଉଠାଇବ କଂଗ୍ରେସ!
Khabar Odisha:Nation-National-Herald-case-ED-seal-young-Indian-office

ନୂଆଦିଲ୍ଲୀ, ଅଗଷ୍ଟ ୦୪ (ଖବର ଓଡ଼ିଶା): ନ୍ୟାସନାଲ ହେରାଲ୍ଡ ମାମଲାରେ ଚାଲିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ଏବେ ପଚରାଉଚରା ପରେ କାର୍ଯ୍ୟାନୁଷ୍ଠାନରେ ପହଞ୍ଚିଛି । ମଙ୍ଗଳବାର ଭିନ୍ନ ଭିନ୍ନ ଠିକଣାରେ ଚଢ଼ଉ ପରେ ବୁଧବାର ଇଡି ଦିଲ୍ଲୀ ହେରାଲ୍ଡ ହାଉସସ୍ଥିତ ୟଙ୍ଗ ଇଣ୍ଡିଆନ୍‌ର କାର୍ଯ୍ୟାଳୟକୁ ସିଲ୍ କରିଦେଇଛି । 

ୟଙ୍ଗ ଇଣ୍ଡିଆନ୍ କାର୍ଯ୍ୟାଳୟ ସିଲ ହେବା ପରେ ଉତ୍ତେଜନା ଦେଖାଯାଇଛି । କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ଠାରୁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନିବାସ ବାହାରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ଇଡିର କାର୍ଯ୍ୟାନୁଷ୍ଠାନ ପରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ଉପରେ ଡରାଉଥିବା ଅଭିଯୋଗ ଆଣିଛି । 

କଂଗ୍ରେସ ଏବେ ଗୁରୁବାର ଦିନ ସଂସଦରେ ଏହାକୁ ପ୍ରସଙ୍ଗ କରିପାରେ । ଇଡି ଯେଉଁ ନ୍ୟାସନାଲ ହେରାଲ୍ଡ ସହ ଜଡ଼ିତ ଭିନ୍ନ ଭିନ୍ନ ଠିକଣାରେ ଚଢ଼ଉ କରିଥିଲା, ଏଥିରୁ କିଛି ସଂଦିଗ୍ଧ ଜିନିଷ ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ଜଣାପଡ଼ିଛି । ମଙ୍ଗଳବାର ଇଡି ଚଢ଼ଉ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । 

 

  • Tags:

Subscribe

National International State Sports Entertainment