ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଅକ୍ଟୋବର ୬ ତାରିଖରୁ ଟି-୨୦ ସିରିଜ୍ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚ୍ ଗ୍ୱାଲିୟରରେ ଖେଳାଯିବ । ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ସିରିଜ୍ ପାଇଁ ଅଧିନାୟକତ୍ୱ ମିଳିପାରେ । ସୂର୍ଯ୍ୟଙ୍କ ସହିତ ଦଳରେ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରାଯାଇପାରେ । ରିୟାନ ପରାଗ, ହର୍ଷିତ ରାଣାଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିପାରେ ।
ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଶୀଘ୍ର ଭାରତୀୟ ଦଳ ଘୋଷଣା କରାଯାଇପାରେ । ଅଧିନାୟକ ଭାବେ ସୂର୍ଯ୍ୟଙ୍କ ରେକର୍ଡ ଦମଦାର ଥିବାରୁ ତାଙ୍କୁ ଅଧିନାୟକ ଦାୟିତ୍ୱ ମିଳିପାରେ । ଦୁଇ ବାମହାତୀ ବ୍ୟାଟର ଅଭିଷେକ ଶର୍ମା ଓ ଯଶସ୍ୱୀ ଜୟସ୍ୱାଲଙ୍କୁ ଓପନିଂ କରିବାକୁ ସୁଯୋଗ ମିଳିପାରେ । ସଞ୍ଜୁଙ୍କୁ ୱିକେଟ୍ କିପର ବ୍ୟାଟର ଭାବେ ଦଳରେ ସ୍ଥାନ ମିଳିପାରେ । ରିୟାନ ପରାଗ ମଧ୍ୟ ଅନେକ ଥର ଭଲ ପ୍ରଦର୍ଶନ କରିଛନ୍ତି । ତାଙ୍କୁ ମଧ୍ୟକ୍ରମ ପାଇଁ ଦଳରେ ରଖାଯାଇପାରେ । ନୀତିଶ କୁମାର ରେଡ୍ଡୀଙ୍କୁ ନୂତନ ଚେହେରା ଭାବେ ଦଳରେ ସୁଯୋଗ ମିଳିପାରେ ।
ବାଂଲାଦେଶ ବିପକ୍ଷରେ ଭାରତର ସମ୍ଭାବିତ ଟି-୨୦ ଦଳ
ଅଭିଷେକ ଶର୍ମା, ଯଶସ୍ୱୀ ଜୟସ୍ୱାଲ, ସଞ୍ଜୁ ସାମସନ(ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ରିୟାନ ପରାଗ, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ଶିବମ ଦୁବେ, ୱାଶିଂଟନ ସୁନ୍ଦର, ରବି ବିଷ୍ନୋଇ, ଅର୍ଶଦୀପ ସିଂ, ଅଭେଶ ଖାନ, ହର୍ଷିତ ରାଣା, ଜିତେଶ ଶର୍ମା(ୱିକେଟ୍ କିପର), ନୀତିଶ କୁମାର ରେଡ୍ଡୀ ।