ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକୀୟ କ୍ରିକେଟ୍ କୋଚ୍ ମର୍ନେ ମର୍କେଲ ଭାରତୀୟ କ୍ରିକେଟ ପୁରୁଷ ଦଳର ବୋଲିଂ କୋଚ୍ ହେବେ। ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରୁ ମର୍ନେ ମର୍କେଲ ଦାୟିତ୍ୱ ଗ୍ରହଣ କରିବେ। ବୁଧବାର ଏନେଇ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସଂପାଦକ ଜୟ ଶାହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଭାରତୀୟ କ୍ରିକେଟ ଟିମ୍ର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ବାଂଲାଦେଶ ସହ ଟେଷ୍ଟ ମ୍ୟାଚ ପୂର୍ବରୁ ଦଳରେ ବହୁ ପରିବର୍ତ୍ତନ କରିଛନ୍ତି। ଏହା ପୂର୍ବରୁ ଗୌତମଙ୍କ ସହ ମର୍ନେ ମର୍କେଲ ଲଖନଉ ସୁପର ଜିଆଣ୍ଟସ୍ ସହ ଏକାଠି କାମ କରିଛନ୍ତି।
ସୂଚନାଯୋଗ୍ୟ, ମର୍ନେ ମର୍କେଲ ୨୦୦୬ରୁ ୨୦୧୮ ମଧ୍ୟରେ ୮୬ଟି ଟେଷ୍ଟ ମ୍ୟାଚ, ୧୧୭ଟି ଦିନିକିଆ ମ୍ୟାଚ୍ ଏବଂ ୪୪ଟି ଟି୨୦ ମ୍ୟାଚ୍ ଖେଳିଛନ୍ତି। ସେ ସେପ୍ଟେମ୍ବର ମାସରେ ଦାୟିତ୍ବ ଗ୍ରହଣ କରିବେ ବୋଲି ଶ୍ରୀ ଶାହ ଜାତୀୟ ଗଣମମାଧ୍ୟମ ସଂସ୍ଥାକୁ ସୂଚନା ପ୍ରଦାନ କରିଛନ୍ତି।
ଆଗକୁ ପଢ଼ନ୍ତୁ : ଶ୍ରୀଜେଶଙ୍କ ସହ ୧୬ନଂ ଜର୍ସିକୁ ମଧ୍ୟ ବିଦାୟ