ଖବର ଓଡ଼ିଶା: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ଆଶା ବଢ଼ିଛି । ଭାରତର ବକ୍ସର ଲଭଲିନା ବୋର୍ଗୋହେନ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।
୭୫ କେଜି ମହିଳା ବର୍ଗ ବକ୍ସିଂରେ ଲଭଲିନା ନରୱେର ସୁନ୍ନିଭା ହୋଫଷ୍ଟାଡଙ୍କୁ ୫-୦ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରାଇଛନ୍ତି । ଯଦି ସେ କ୍ୱାର୍ଟର ଫାଇନାଲରେ ଜିତିବେ, ତେବେ ତାଙ୍କ ନାଁରେ ଗୋଟିଏ ପଦକ ସୁନିଶ୍ଚିତ ହୋଇଯିବ । ଟୋକିଓ ଅଲିମ୍ପିକ୍ସରେ ଲଭଲିନା ବ୍ରୋଞ୍ଜ ଜିତିଥିଲେ ।
ଅନ୍ୟପକ୍ଷରେ ତୀରନ୍ଦାଜରେ ଦୀପିକା କୁମାରୀ, ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ଓ ଲକ୍ଷ୍ୟ ସେନ ପ୍ରି-କ୍ୱାର୍ଟର ଫାଇନାଲ ପ୍ରବେଶ କରିଛନ୍ତି ।