ହାଇଦ୍ରାବାଦ: ଆର୍ଜେଣ୍ଟିନା ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସି ଶନିବାର ୩ ତାରିଖରେ ଭାରତରେ ପହଞ୍ଚିଛନ୍ତି। ୧୪ ବର୍ଷ ମଧ୍ୟରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। କୋଲକାତାରେ ମେସିଙ୍କ ପାଇଁ ଅନୁଭୂତି ବହୁତ ଖରାପ ଥିଲା। କାରଣ ସଲ୍ଟ ଲେକ୍ ଷ୍ଟାଡିୟମରେ ବିଶୃଙ୍ଖଳା ଯୋଗୁଁ ସେ ମାତ୍ର ୨୨ ମିନିଟ୍ ପରେ ଷ୍ଟାଡିୟମ ଛାଡିଥିଲେ। କିନ୍ତୁ ହାଇଦ୍ରାବାଦର ଚିତ୍ର ସଂପୂର୍ଣ୍ଣ ଭିନ୍ନ ଥିଲା। ସେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସହିତ ଫୁଟବଲ୍ ଖେଳିବା ସହ ପିଲାମାନଙ୍କ ସହିତ ମଜା କରିଥିଲେ।
ସଲ୍ଟ ଲେକ୍ ଷ୍ଟାଡିୟମରେ ଘଟିଥିବା ଘଟଣା ଯୋଗୁଁ, ମେସି ଭଲ ସ୍ମୃତି ସହିତ କୋଲକାତାକୁ ବିଦାୟ ଦେଇପାରି ନଥିଲେ। ହାଇଦ୍ରାବାଦରେ, ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ସହିତ ଫୁଟବଲ୍ ଖେଳିଥିଲେ ଏବଂ ରାହୁଲ ଗାନ୍ଧୀଙ୍କୁ ଏକ ଟି-ସାର୍ଟ ମଧ୍ୟ ପ୍ରଦାନ କରିଥିଲେ, ଯାହାର ଫଟୋ ରାହୁଲ ଗାନ୍ଧୀ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କଛନ୍ତି। ଲୁଇସ୍ ସୁଆରେଜ୍ ଏବଂ ରୋଡ୍ରିଗୋ ଡି ପଲ୍ ମଧ୍ୟ ହାଇଦ୍ରାବାଦରେ ମେସିଙ୍କ ସହିତ ବେଶ ଉପଭୋଗ କରିଥିଲେ।
ଲିଓନେଲ୍ ମେସି ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଟିକିଏ ବିଳମ୍ବରେ ପହଞ୍ଚିଥିଲେ, କିନ୍ତୁ କ୍ୟାମେରା ଆଡକୁ ଚାହିଁ ପ୍ରଶଂସକଙ୍କ ଅଭିବାଦନ ଗ୍ରହଣ କରିବା ମାତ୍ରେ ଦର୍ଶକମାନେ ଆନନ୍ଦରେ ଉଲ୍ଲସିତ ହୋଇ ଉଠିଥିଲେ। ତିନି ଫୁଟବଲ୍ ଖେଳାଳି ମଧ୍ୟ ପିଲାମାନଙ୍କ ସହିତ ବହୁତ ମଜା କରିଥିଲେ। ଫୁଟବଲ୍ ମ୍ୟାଚ୍ ସମୟରେ ମେସି, ସୁଆରେଜ୍, ଡି ପଲ୍ ଏବଂ ରେଡ୍ଡିଙ୍କ ଅଭ୍ୟାସ ଦର୍ଶକଙ୍କୁ ବେ ବିମୋହିତ କରିଥିଲା।
ହାଇଦ୍ରାବାଦକୁ ବିଦାୟ ଦେଇ, ମେସି ଆୟୋଜକମାନଙ୍କୁ ଆର୍ଜେଣ୍ଟିନା ଦଳର ଜର୍ସି ପ୍ରଦାନ କରିଥିଲେ। ସେ ସ୍ପାନିସ୍ ଭାଷାରେ ପ୍ରଶଂସକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।
ରାହୁଲ ଗାନ୍ଧୀ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ଲିଓନେଲ ମେସିଙ୍କ ସହ ଫଟୋ ସେୟାର କରିଛନ୍ତି। ସେ ପ୍ରଥମେ ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି, ଯେଉଁଥିରେ ସେ ଲିଓନେଲ ମେସି, ରୋଡ୍ରିଗୋ ଡି ପଲ୍ ଏବଂ ଲୁଇସ୍ ସୁଆରେଜଙ୍କ ସହିତ ଚାଲିବା ଏବଂ କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳିଛି। ଏକାଠି ଫଟୋସୁଟ୍ ପାଇଁ ପୋଜ୍ ମଧ୍ୟ ଦେଇଛନ୍ତି। ଅନ୍ୟ ଏକ ଫଟୋରେ, ଲିଓନେଲ ମେସି ତାଙ୍କୁ ଏକ ଟି-ସାର୍ଟ ଉପହାର ଦେଉଥିବାର ଦେଖିବାକୁ ମିଳିଛି।
ଏହା ପୂର୍ବରୁ, ଲିଓନେଲ ମେସି କୋଲକାତାରେ ତାଙ୍କର ୭୦ ଫୁଟ ଉଚ୍ଚ ସ୍ମାରକୀ ଉନ୍ମୋଚନ କରିଥିଲେ। କିନ୍ତୁ, ଯେତେବେଳେ ସେ ସଲ୍ଟ ଲେକ୍ ଷ୍ଟାଡିୟମରେ ପହଞ୍ଚିଲେ ତାଙ୍କର ଝଲକ ନ ପାଇବାରୁ ନିରାଶ ହୋଇ, ପ୍ରଶଂସକମାନେ ପଡ଼ିଆ ଉପରେ ବୋତଲ ଏବଂ ଅନ୍ୟାନ୍ୟ ଜିନିଷ ଫିଙ୍ଗିବା ଆରମ୍ଭ କରିଥିଲେ। ତେଣୁ ମେସିଙ୍କୁ ପଡ଼ିଆରୁ ବାହାରକୁ ନେଇଯାଇଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣା ପାଇଁ ସୋସିଆଲ ମିଡିଆ ମାଧ୍ୟମରେ ମେସି ଏବଂ ତାଙ୍କ ସାଥୀ ଖେଳାଳିଙ୍କୁ କ୍ଷମା ମାଗିଥିଲେ।
Also read: ମେସି ଓ ସମର୍ଥକଙ୍କୁ କ୍ଷମା ମାଗିଲେ ମମତା, ମୁଖ୍ୟ ଆୟୋଜକ ଗିରଫ, ତଦନ୍ତ କମିଟି ଗଠନ