କରୋନା ପଜିଟିଭ ଚିହ୍ନଟ ହେଲେ ଲାହିରୁ କୁମାରା
Khabar Odisha:Lahiru-Kumara-tests-as-Corona-positive
କଲମ୍ବୋ, ଫେବୃଆରୀ 22(ଖବର ଓଡିଶା) :

ଶ୍ରୀଲଙ୍କାର ଫାଷ୍ଟ ବୋଲର ଲାହିରୁ କୁମାରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ଗତକାଲି ଲାହିରୁ କୁମାରାଙ୍କ ଆରଟି-ପିସିଆର ଟେଷ୍ଟ କରାଯାଇଥିଲା ଏବଂ ଆଜି ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ଶ୍ରୀଲଙ୍କା କ୍ରିକେଟ ଆସୋସିଏସନ ପକ୍ଷରୁ ଜାରି କରାଯାଇଥିବା ପ୍ରୋଟୋକଲ ଅନୁସାରେ ତାଙ୍କର ଚିକିତ୍ସା କରାଯିବ । ୱେଷ୍ଟଇଣ୍ଡିଜ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୨୧ ତାରିଖରୁ ଟେଷ୍ଟ ସିରିଜ ଖେଳାଯିବ । ଲାହିରୁ କୁମାରା ଟି-୨୦ ସିରିଜରୁ ବାଦ ପଡିବା ଏକ ପ୍ରକାର ନିଶ୍ଚିତ ହୋଇଥିବା ବେଳେ ଟେଷ୍ଟ ସିରିଜ ଖେଳିବାର କମ ସମ୍ଭାବନା ରହିଛି ।

  • Tags:

Subscribe

National International State Sports Entertainment