ମ୍ୟାଚ ଖେଳିବାବେଳେ ପଡିଆ ମଧ୍ୟରେ କୁମ୍ୱଲେ ସବୁବେଳେ ଆଗ୍ରେସିଭ କ୍ରିକେଟ ଖେଳିଥାନ୍ତି - ପ୍ରଜ୍ଞାନ ଓଝା
Khabar Odisha:Kumble-always-plays-aggressive-cricket-on-the-field-when-playing-matches---Pragyan-Ojha
ହାଇଦ୍ରାବାଦ, ଜୁନ ୨୮ (ଖବର ଓଡ଼ିଶା):

ପୂର୍ବତନ ଭାରତୀୟ ସ୍ପିନର ଅନିଲ କୁମ୍ବଲେ ମ୍ୟାଚ ଖେଳିବାବେଳେ ସବୁବେଳେ ଆଗ୍ରେସିଭ ରହିଥାନ୍ତି ବୋଲି ପୂର୍ବତନ ସ୍ପିନର ତଥା ଓଡିଆ ଖେଳାଳି ପ୍ରଜ୍ଞାନ ଓଝା ମତ ଦେଇଛନ୍ତି । ଏହା ସହ ପଡିଆ ବାହାରେ ସବୁବେଳେ କୁମ୍ବଲେ ଶାନ୍ତ ଏବଂ ନମ୍ର ସ୍ୱଭାବର ବୋଲି ଓଝା ମତ ଦେଇଛନ୍ତି ।

ଓଝା ତାଙ୍କର ସମ୍ପୂର୍ଣ କ୍ୟାରିୟର ମହେନ୍ଦ୍ର ସିଂ ଧୋନିଙ୍କ ଅଧୀନରେ ଖେଳିଛନ୍ତି । ଏହା ସହ ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ଼, ସଚିନ ତେନ୍ଦୁଲକରଙ୍କ ପରି ଖେଳାଳିଙ୍କ ସହ କ୍ରିକେଟ ମଧ୍ୟ ଖେଳିଛନ୍ତି । 

ହେଲେ ବିରାଟ କୋହଲି ଏବଂ ଧୋନୀ ସର୍ବଦା ମ୍ୟାଚ ଜିତିବାକୁ ଖେଳିଥାନ୍ତି ବୋଲି ଓଝା କହିଛନ୍ତି । ପ୍ରଜ୍ଞାନ ଓଝା ଭାରତ ପକ୍ଷରୁ 24 ଟି ଟେଷ୍ଟ, 18 ଟି ଦିନିକିଆ ଏବଂ 6 ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳି ଯଥାକ୍ରମେ 113, 21 ଓ 10 ଟି ୱିକେଟ ଅକ୍ତିଆର କରିଛନ୍ତି ।

  • Tags:

Subscribe

National International State Sports Entertainment