କଟକ: ଆଜି ବାରବାଟୀ ଷ୍ଟାଡିୟମରେ ଖେଳା ଯିବାକୁ ଥିବା ପ୍ରଥମ ଟି-୨୦ରେ ତାରକା ବୋଲର ଯଶପ୍ରୀତ ବୁମରା ବଡ ଉପଲବ୍ଧି ହାସଲ କରି ପାରନ୍ତି । ସେ ଟି-୨୦ରେ ରେକର୍ଡ ଶତକର ନିକଟତର ଅଛନ୍ତି । ଏହା ରନର ଶତକ ନୁହେଁ ବରଂ ୱିକେଟର ଶତକ । ସେ ଗୋଟିଏ ୱିକେଟ ନେଇ ଇତିହାସ ରଚିବେ । ଏହା ସହିତ ଭାରତର ପ୍ରଥମ ବୋଲର ହେବାର ଇତିହାସ ରଚିବେ ଯିଏ ତିନୋଟି ଫର୍ମାଟରେ ଅତି କମରେ ୧୦୦ ୱିକେଟ ନେଇଛନ୍ତି।
୩୨ ବର୍ଷୀୟ ବୁମରା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୯୯ ୱିକେଟ ନେଇ ସାରିଛନ୍ତି । ସେ ଆଉ ଗୋଟିଏ ୱିକେଟ ନେଲେ ୧୦୦ ୱିକେଟ ନେବାରେ ଭାରତର ଦ୍ୱିତୀୟ ବୋଲର ହେବେ । ତାଙ୍କ ପୂର୍ବରୁ ଅର୍ଶଦୀପ ସିଂ ଏହି ସଫଳତା ହାସଲ କରି ସାରିଛନ୍ତି ।
ଟି-୨୦ରେ ଅର୍ଶଦୀପଙ୍କ ନାଁରେ ୧୦୦ ୱିକେଟ୍ ରହିଛି । ମାତ୍ର ଭାରତର ଏମିତି କୌଣସି ବୋଲର ନାହାନ୍ତି ଯିଏ ତିନୋଟି ଫର୍ମାଟରେ ଅତି କମରେ ୧୦୦ ୱିକେଟ ନେଇଥିବେ । ଏମିତ ସଫଳତା ହାସଲ କରିବାରେ ବୁମରା ଦ୍ୱାର ଦେଶରେ ଛିଡା ହୋଇଛନ୍ତି । ବୁମରା ୫୨ଟି ଟେଷ୍ଟର ୯୯ ଇନିଂସରେ ୨୩୪ ୱିକେଟ ନେଇଛନ୍ତି । ୮୯ ଦିନିିକିଆରେ ତାଙ୍କ ନାମରେ ୧୪୯ ୱିକେଟ୍ ରହିଛି ।
ଇୁମରା ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏଥିରେ ସେ ୩ଟି ୱିକେଟ ହାସଲ କରିଥିଲେ । ବୁମରାଙ୍କ ସର୍ବାଧିକ ଟି-୨୦ ୱିକେଟ ଅଷ୍ଟ୍ରେଲିଆ ବିପକ୍ଷରେ ରହିଛି । ମୋଟାମୋଟି ଆଜି ବାରବାଟୀରେ ଇତିହାସ ରଚି ପାରନ୍ତି ଯଶପ୍ରୀତ ବୁମରା ।
Also read: ରନ ବର୍ଷା ହେବ ନା ବୋଲର କରିବେ କମାଲ, ଜାଣନ୍ତୁ ବାରବାଟୀର ପିଚ୍ ରିପୋର୍ଟ