ଆହାତ କାରଣରୁ ଉରୁଗୁଏ ବିପକ୍ଷ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଖେଳିବେ ନାହିଁ ନେମାର୍
Khabar Odisha:Injured-Neymar-out-of-Brazils-World-Cup-qualifier
ବ୍ରାଜିଲିଆ, ନଭେମ୍ବର ୧୩ (ଖବର ଓଡ଼ିଶା):

ଆହତ କାରଣରୁ ଆସନ୍ତା ସପ୍ତାହରେ ଉୁରୁଗୁଏ ବିପକ୍ଷ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ବ୍ରାଜିଲ ଦଳର ତାରାକା ଖେଳାଳି ନେମାର ଖେଳିବେ ନାହିଁ ବୋଲି ଜଣାପଡିଛି । ପ୍ୟାରିସ୍ ସେଣ୍ଟ ଜର୍ମାନ ପାଇଁ ଚାମ୍ପିଅନ୍ସ ଲିଗ୍ ମ୍ୟାଚ୍ ଖେଳିବାବେଳେ ନେମାରଙ୍କ ଆଘାତ ଲାଗିଥିଲା । ବ୍ରାଜିଲ ଫୁଟବଲ କନଫେଡେରେସେନ୍ ଗୁରୁବାର ନିଶ୍ଚିତ କରିଛି ଯେ ନେମାର ମଙ୍ଗଳବାର ମୋଣ୍ଟଭିଡ଼ିଓରେ ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣ ଆମେରିକୀୟ ଯୋଗ୍ୟତା ମ୍ୟାଚରେ ଖେଳିବେ ନାହିଁ।

ପ୍ୟାରିସ ସେଣ୍ଟ ଜର୍ମାନ ପ୍ରଶିକ୍ଷକ ଥୋମାସ ଟୁଚେଲ ଗତ ସପ୍ତାହରେ କହିଥିଲେ ଯେ ନେମାର ବ୍ରାଜିଲ ପାଇଁ ଖେଳିବା ଅସମ୍ଭବ କାରଣ ସେ ବର୍ତ୍ତମାନ ଆହତ ଅବସ୍ଥାରୁ ଧିରେ ଧିରେ ସୁସ୍ଥ ହେଉଛନ୍ତି କିନ୍ତୁ ବ୍ରାଜିଲର ପ୍ରଶିକ୍ଷକ ଟିଟେ କହିଛନ୍ତି ଯେ ଏହି ଷ୍ଟ୍ରାଇକର ଦଳରେ ଯୋଗଦେବା ଉଚିତ । ଆହତ କାରଣରୁ ଭେନେଜୁଏଲା ବିପକ୍ଷ ମ୍ୟାଚରୁ ମଧ୍ୟ ନେମାରଙ୍କୁ ବାଦ୍ ଦିଆଯାଇଥିଲା।

  • Tags:

Subscribe

National International State Sports Entertainment