କାନପୁର: ବାଂଲାଦେଶ ବିପକ୍ଷ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଦଳର ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରି ଅନେକ କୀର୍ତ୍ତିମାନ ରଚିଛନ୍ତି। ଏଥିସହ ଦଳ ନାଁରେ ଆଉ ଏକ ବଡ ରେକର୍ଡ ଯୋଡ଼ି ହୋଇ ଯାଇଛି।। ଟେଷ୍ଟ କ୍ରିକେଟ୍ରେ ଭାରତୀୟ ଦଳ ଗୋଟିଏ ବର୍ଷରେ ସର୍ବାଧିକ ଛକା ମାରି ରେକର୍ଡ କରିଛି। ଭାରତୀୟ ଦଳ ୨୦୨୪ରେ ଏ ପର୍ଯ୍ୟନ୍ତ ୯୦ରୁ ଅଧିକ ଛକା ମାରି ଇଂଲଣ୍ଡର ରେକର୍ଡ ଭାଙ୍ଗିବା ସହ ନୂତନ ଇତିହାସ ରଚିଛି। ଏହା ପୂର୍ବରୁ ଟେଷ୍ଟ ମ୍ୟାଚ୍ରେ ଗୋଟିଏ ବର୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡ ଇଂଲଣ୍ଡ ନାମରେ ଥିଲା। ଇଂଲଣ୍ଡର ଖେଳାଳି ମିଶି ୨୦୨୨ରେ ମୋଟ୍ ୮୯ ଛକା ମାରି ନୂତନ କୀର୍ତ୍ତିମାନ ରଚିଥିଲା। କିନ୍ତୁ ଏବେ ଭାରତୀୟ ଦଳ ୯୦ ଛକା ମାରି ଏହ ରେକର୍ଡ ନିଜ ନାମରେ କରିଛି। ଭାରତୀୟ ଖେଳାଳି ମାତ୍ର ୧୪ ଇନିଂସରେ ଏହି ଉପଲବ୍ଧି ହାସଲ କରିଛନ୍ତି। ଇଂଲଣ୍ଡ ପୂର୍ବରୁ ୨୦୨୧ରେ ଭାରତ ୮୭ ଛକା ମାରିଥିଲା।
ବିଶେଷ କରି ଚଳିତ ବର୍ଷ ଭାରତୀୟ ଅଧିନାୟକ ରୋହିତ ଶର୍ମା, ଋଷଭ ପନ୍ତ ଓ ଯଶସ୍ଵୀ ଜୟସ୍ଵାଲ ଅଧିକ ଛକା ମାରିଛନ୍ତି। ଇଂଲଣ୍ଡ ଦଳ ବାଜବଲ୍ କ୍ରିକେଟ୍ ଖେଳୁଥିବାରୁ ଇଂଲଣ୍ଡର ଖେଳାଳି ଦ୍ରୁତ ବ୍ୟାଟିଂ କରନ୍ତି। ମାତ୍ର ଭାରତ ଦେଖାଇ ଦେଇଛି ଯେ, ପ୍ରକୃତରେ ବାଜବଲ୍ କ୍ରିକେଟ୍ କିଏ ଖେଳୁଛି। ୨୦୨୪ରେ ଭାରତ ୯୦ ଛକା ମାରି ଐତିହାସିକ ରେକର୍ଡ ନିଜ ନାମରେ କରିଛି। ଚଳିତ ବର୍ଷ ଭାରତକୁ ଆହୁରି ୮ ଟେଷ୍ଟ ଖେଳିବା ବାକି ରହିଛି। ଆଉ ଛକା ସଂଖ୍ୟା ୧୦୦ ଅତିକ୍ରମ କରିପାରେ। ଏହି ତାଲିକାରେ ୬୦ ଛକା ସହ ଇଂଲଣ୍ଡ ଦ୍ଵିତୀୟ ଓ ନ୍ୟୁଜିଲାଣ୍ଡ ୫୧ ଛକା ମାରି ତୃତୀୟ ସ୍ଥାନରେ ରହିଛି
୨୦୨୪ରେ ସର୍ବାଧିକ ଛକା ମାରିଥିବା ଦଳ
୨୦୨୪ରେ ସର୍ବାଧିକ ଛକା ମାରିଥିବା ଦଳ
ଭାରତ- ୯୦ ଛକା
ଇଂଲଣ୍ଡ- ୬୦ ଛକା
ନ୍ୟୁଜିଲାଣ୍ଡ- ୫୧ ଛକା