ନୂଆଦିଲ୍ଲୀ: ଭାରତୀୟ ଖେଳାଳି ଟି-୨୦ ଏସିଆ କପ୍ ୨୦୨୫ ସମୟରେ ପାକିସ୍ତାନ ଦଳ ସହ ହାତ ମିଳାଇ ନ ଥିଲେ । ନୋ ହ୍ୟାଣ୍ଡସାକ ବିବାଦ ଅନେକ ଦିନ ଧରି ଚର୍ଚ୍ଚାରେ ରହିଥିଲା । ତେବେ କ୍ରିକେଟର ବିପରୀତ ହକିରେ ଏସିଆ କପ୍ ପରି ଦୃଶ୍ୟ ଦେଖିବାକୁ ମିଳିନାହିଁ । ଭାରତର ପୁରୁଷ ଜୁନିୟର ହକି ଟିମ୍ ମଙ୍ଗଳବାର ସୁଲତାନ ଜୋହର କପ୍ ୨୦୨୫ରେ ପାକିସ୍ତାନୀ ଖେଳାଳିଙ୍କୁ ହାଇ ଫାଇଭ ଦେଇଛି । ଏହାର ଅର୍ଥ ଦୁଇ ଦେଶର ଖେଳାଳି ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ହାତ ମିଳାଇବା ପରିବର୍ତ୍ତେ ହାଇ ଫାଇଭର ଆଦାନ ପ୍ରଦାନ କରିଛନ୍ତି । ଆଉ ମ୍ୟାଚ୍ ପରେ ଭାରତ ଓ ପାକିସ୍ତାନର ଖେଳାଳି ହାତ ମିଳାଇଛନ୍ତି । ମାଲେସିଆର ଜୋହୋର ବାହରୁର ତମନ ଦୟା ହକି ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍ ୩-୩ରେ ଡ୍ର ରହିଥିଲା । ଏହା ପରେ ହାତ ମିଳାଇବା ଦୃଶ୍ୟ ଦେଖିବାକୁ ମିଳିଛି ।
ସୁଲତାନ ଜୋହୋର କପ ୨୦୨୫ର ଆୟୋଜନ ମାଲେସିଆରେ ଚାଲିଛି । ଏହା ୨୧ରୁ ବର୍ଷ ଟୁର୍ଣ୍ଣାମେଣ୍ଟ । ଏହି ମ୍ୟାଚ୍ ପୂର୍ବରୁ ଦୁଇ ଦେଶର ଖେଳାଳି ପରସ୍ପର ସହ ହାଇ ଫାଇଭ କରିଥିଲେ । ଏହାର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି । ସୂଚନାଯୋଗ୍ୟ, ଏସିଆ କପ୍ ୨୦୨୫ରେ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ସହ ହାତ ନ ମିଳାଇ ନ ଥିଲେ । ଏହାକୁ ବିବାଦ ଜୋର ଧରିଥିଲା ।
ତେବେ ପାକିସ୍ତାନକୁ ଡର ଥିଲା ଯେ, କ୍ରିକେଟ୍ ପରି ହକିରେ ମଧ୍ୟ ଭାରତୀୟ ଖେଳାଳି ହାତ ମିଳାଇବେ ନାହିଁ । ଏହି କାରଣରୁ ପାକିସ୍ତାନ ହକି ଦଳର ଖେଳାଳିଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇ ମାନସିକ ଭାବେ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା । ରିପୋର୍ଟ ଅନୁଯାୟୀ, ଖେଳାଳିଙ୍କୁ କୁହାଯାଇଥିଲା ଯେ, ଯଦି ଭାରତୀୟ ଖେଳାଳି ମ୍ୟାଚ୍ ପୂର୍ବରୁ କିମ୍ବା ପରେ ହାତ ନ ମିଳାନ୍ତି ତେବେ ଏହାକୁ ଅଣଦେଖା କରନ୍ତୁ ଏବଂ ଆଗକୁ ବଢନ୍ତୁ । ଖେଳାଳିଙ୍କୁ ମ୍ୟାଚ୍ ପୂର୍ବରୁ କୌଣସି ପ୍ରକାରର ଭାବାବେଗରୁ ନିବୃତ୍ତ ରହିବାକୁ କୁହାଯାଇଥିଲା ।
ସୁଲତାନ ଜୋହର କପ୍ ୨୦୨୫ ରେ ମଙ୍ଗଳବାର ଖେଳାଯାଇଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଡ୍ରରେ ଶେଷ ହୋଇଥିଲା। ପାକିସ୍ତାନ ୫ମ ମିନିଟରେ ପ୍ରଥମ ଗୋଲ କରିଥିଲା। ପାକିସ୍ତାନ ୩୯ତମ ମିନିଟରେ ଦ୍ୱିତୀୟ ଗୋଲ କରିଥିଲା। ଭାରତ ୫୩ତମ ମିନିଟରେ ତୃତୀୟ ଗୋଲ ଦେଇ ଅଗ୍ରଣୀ ହାସଲ କରିଥିଲା, କିନ୍ତୁ ପାକିସ୍ତାନ ୫୫ତମ ମିନିଟରେ ତୃତୀୟ ଗୋଲ ଦେଇଥିଲା। ମ୍ୟାଚ୍ ୩-୩ ସ୍କୋର ସହିତ ଡ୍ରରେ ଶେଷ ହୋଇଥିଲା।
Also read: ମୁଁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ଭଲ ପାଏ: ରୋହିତ ଶର୍ମା