ଭୁବନେଶ୍ଵର: ବାରବାଟୀ ଟି-୨୦ ପାଇଁ ଭୁବନେଶ୍ଵରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳି। ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ପହଞ୍ଚିଥିବା ବେଳେ ଆଜି ୫ ଜଣ ଖେଳାଳି ଏବଂ ସପୋର୍ଟ ଷ୍ଟାଫ ଆସିଛନ୍ତି। ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ମଧ୍ୟ ଭୁବନେଶ୍ବରରେ ପହଞ୍ଚିଛନ୍ତି। ମେ ଫେୟାର ହୋଟେଲରେ ଓଡ଼ିଆ ପରମ୍ପରାରେ ଭବ୍ୟ ସ୍ବାଗତ କରାଯାଇଛି । ସେପଟେ ବାରବାଟୀ ଯାଇ ଅଭ୍ୟାସ କରିଛନ୍ତି ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ସେପଟେ ଖେଳାଳିଙ୍କ ପାଇଁ ହୋଟେଲର କିଛି ଖାସ ଆୟୋଜନ କରାଯାଇଛି। ଉଲ୍ଲେଖନୀୟ ଡିସେମ୍ବର ୯ରେ ଖେଳାଯିବ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍।
ଏହା ପୂର୍ବରୁ ଭୁବନେଶ୍ବରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ପହଞ୍ଚିଛନ୍ତି ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଖେଳାଳି। ରବିବାର ଅପରାହ୍ନରେ କୋଚ୍ ଗୌତମ ଗମ୍ଭୀରଙ୍କ ସହ ତିଲକ ବର୍ମା, ଅର୍ଶଦୀପ ସିଂ, ହର୍ଶିତ ରାଣା, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର। ସେହିପରି ଦକ୍ଷିଣ ଆଫ୍ରିକା ୫ ଜଣ ଖେଳାଳି ଶୁକ୍ରବାର ପହଞ୍ଚିଥିବା ବେଳେ ଅନ୍ୟ ଖେଳାଳିମାନେ ଆଜି ପହଞ୍ଚିଛନ୍ତି। ବିମାନ ବନ୍ଦରରେ ଓସିଏ ଷ୍ଟାଫ୍ ଖେଳାଳିମାନଙ୍କୁ ସ୍ବାଗତ କରିଥିବା ବେଳେ ସ୍ବତନ୍ତ୍ର କାରକେଡରେ ମେ ଫେୟାର ହୋଟେଲରେ ପହଞ୍ଚିଥିଲେ ଖେଳାଳି। ଓଡ଼ିଶାର ଅନନ୍ୟ ଢେମସା ନାଚ ଅନ୍ୟ ବାଜ ବାଇଦ ସହ ଉତ୍ତରୀୟ ପ୍ରଦାନ କରି ଖେଳାଳିମାନଙ୍କୁ ସ୍ବାଗତ କରାଯାଇଛି।
ଭିଓ- ଆଜି ସଂଧ୍ୟାରେ ବାରବାଟିରେ ପହଞ୍ଚି ଅଭ୍ୟାସ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ସେହିପରି ଆସନ୍ତାକାଲି ଟିମ୍ ଇଣ୍ଡିଆ ୧୧ଟା ୩୦ରେ ଏବଂ ସଂଧ୍ୟାରେ ଦକ୍ଷିଣ ଆଫ୍ରିକା ଦଳ ଅଭ୍ୟାସ କରିବ। ଖେଳାଳିମାନଙ୍କୁ ଭୁବନେଶ୍ବରରରୁ କଡ଼ା ସୁରକ୍ଷାରେ ନିଆଯିବ କଟକର ବାରବାଟି ଷ୍ଟାଡିଅମ। ଖେଳାଳିଙ୍କ ପାଇଁ ବ୍ରେକ୍ଫାଷ୍ଟରେ ରହିଛି ଓଡ଼ିଆ ପିଠା ଓ ଓଡ଼ିଆ ମିଠା, ଲଞ୍ଚରେ ଭେଜ୍ ନନଭେଜ ପତ୍ରପୋଡ଼ା ଓଡ଼ିଆ ଆଇଟମ ରହିଛି। ଏଥିସହିତ କିଛି ମିଲେଟ ଆଇଟମ ମଧ୍ୟ ରହିଛି। ତେବେ କିଛି ଖେଳାଳି ସେମାନଙ୍କର ନିଜସ୍ବ କୁକଙ୍କୁ ସାଙ୍ଗରେ ନେଇ ଆସିଛନ୍ତି। ଉଲ୍ଲେଖନୀୟ ବାରବାଟୀରେ ଦକ୍ଷିଣ ଆଫ୍ରିକା ସହିତ ଦୁଇଟି ମୁକାବିଲାରେ ହାରିଛି ଭାରତ। କିନ୍ତୁ ଏଥର ବାରବାଟୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ମ୍ୟାଚ୍ ଜିତିବ ବୋଲି ଆଶା ରଖିଛି ଟିମ୍ ଇଣ୍ଡିଆ।