ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ତେମ୍ବା ବାଭୁମା ମ୍ୟାଚ୍ ଓ ସିରିଜ ହାରିବା ଉପରେ ବୟାନ ଦେଇଛନ୍ତି । ସେ କହିଛନ୍ତି, ତାଙ୍କ ଟିମକୁ କାହିିଁକି ପରାଜୟର ମହଁ ଦେଖିବାକୁ ପଡିଲା । ତେମ୍ବା ବାଭୁମା ସ୍ୱୀକାର କରିଛନ୍ତି ଯେ, ବୋର୍ଡ ଉପରେ ରନ କମ ଥିଲା ଏବଂ ଏହାର ଚାପ ବୋଲରଙ୍କ ଉପରେ ମଧ୍ୟ ଦେଖିବାକୁ ମିଳିଥିଲା । ଗତ ଦୁଇଟି ମ୍ୟାଚରେ ବ୍ୟାଟିଂ ଭଲ କରିଥିଲୁ, ମାତ୍ର ଶେଷ ମ୍ୟାଚରେ ତ୍ରୁଟି କଲୁ । ତେମ୍ବା ବାଭୁମାଙ୍କ କହିବା କଥା କାକର କାରଣରୁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା ସହଜ ଥିଲା ।
ତେମ୍ବା ବାଭୁମା ପୁରସ୍କାର ଉତ୍ସବରେ କହିଛନ୍ତି, ଆମେ ଆଜି ଏହି ମ୍ୟାଚକୁ ଆହୁରି ରୋମାଞ୍ଚକର କରିବାକୁ ଚାହୁଁଥିଲୁ । କିନ୍ତୁ ବ୍ୟାଟିଂରେ ଆମେ କିଛିଟା ଫେଲ୍ ମାରିଲୁ । ଏହି ସିରିଜ୍ ଯେମିତି ଖେଳା ଯାଇଛି, ମୋତେ ଲାଗୁଛି ଆମକୁ ଆଉ ଟିକେ ସ୍ମାର୍ଟ ଖେଳିବାର ଥିଲା । ମଝି ଓଭର ଗୁଡିକରେ ୱିକେଟ୍ ହରାଇବାରୁ ଆମେ ଚାପରେ ରହିଲୁ ଏବଂ ବୋର୍ଡରେ ଅଧିକ ରନ ଯୋଡି ପାରିଲୁ ନାହିଁ । ବୋଲିଂରେ ମଧ୍ୟ ଭଲ ସଂଘର୍ଷ କଲୁ । ତଥାପି ଦଳ ଏହି ସିରିଜରେ ନିଜର କ୍ୱାଲିଟି ଦେଖାଇଛି ।
ଦକ୍ଷିଣ ଆଫ୍ରିକା ଅଧିନାୟକ ଏହା ମଧ୍ୟ କହିଛନ୍ତି ଯେ, ଦଳ ନିଶ୍ଚିତ ଭାବେ ଗ୍ରୋଥ କରିଛି । ଆମ ଦଳରେ ଅନେକ ଯୁବ ଚେହେରା ଅଛନ୍ତି । ସେମାନେ ଭଲ ପ୍ରଦର୍ଶନ କରିଛନ୍ତି । ପୂରା ସିିରିଜକୁ ରୋମାଞ୍ଚକର କରିଛନ୍ତି । ଭାରତ ପାଖରେ କ୍ୱାଲିଟି ସ୍ପିନର ଅଛନ୍ତି । ସେମିତି ବୋଲରଙ୍କ ଉପରେ ସର୍ବଦା ଚାପ ପକାଇବା ସହଜ ନୁହେଁ । ତଥାପି ଶେଷ ଦିନିକିଆରେ କ୍ୱିଣ୍ଟନ ଡିକକ ଶତକ ହାସଲ କରିଛନ୍ତି । ତଥାପି ଏହା ପରେ ଦଳ ପଥଭ୍ରଷ୍ଟ ହୋଇଗଲା । ଏବେ ଆଗକୁ ଆମକୁ ପରିସ୍ଥିତି ଅନୁଯାୟୀ ଖେଳିବାର ଅଛି । ମୋତେ ଲାଗୁଛି ଆମେ ୧୦ଟି ବକ୍ସରୁ ୬ କିମ୍ବା ୭ଟିରେ ଟିକ୍ କରି ପାରିଛୁ ।