ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରାୟପୁରରେ ଆରମ୍ଭ ହୋଇଯାଇଛି ଦ୍ବିତୀୟ ଦିନିକିଆ ମ୍ୟାଚ | ଟସ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି | ବ୍ୟାଟିଂ ପାଇଁ ଫିଲଡକୁ ଓଲ୍ହାଇଲା ନ୍ୟୁଜିଲାଣ୍ଡ | ଦ୍ଵିତୀୟ ମ୍ୟାଚରେ ଭାରତୀୟ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତନ ହୋଇନଥିବା ବେଳେ ନ୍ୟୁଜିଲାଣ୍ଡ ଟିମର ଖେଳାଳି ମଧ୍ୟ ପରିବର୍ତ୍ତନ ହୋଇନାହାନ୍ତି | ଆଜିର ମ୍ୟାଚରେ ଭାରତ ବିଜୟ ହେବା ଲକ୍ଷ ରଖି ପଡିଆକୁ ଓଲ୍ହାଇଛି | ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ 12 ରନରେ ପରାସ୍ତ କରିଥିଲା ଭାରତ | ସେପଟେ ନ୍ୟୁଜିଲାଣ୍ତ ପାଇଁ ଆଜି କର ଅବା ମର ପରିସ୍ଥିତି କିନ୍ତୁ 3 - 0 ରେ ସିରିଜ ଜିତିଲେ ଆଜି ନମ୍ବର ୱାନ ରାଙ୍କକୁ ଫେରିବ ଭାରତ|